ସରକାରୀ ନଳକୂପରେ ମଟର ନିୟମକୁ ଫୁ କରି ଜଳ ସଂଗ୍ରହ
ାା ପ୍ରଭାନୁ୍ୟଜ ।ା ଚମ୍ପୁଆ: ଗ୍ରାମବାସୀଙ୍କ ପାନୀୟଜଳ କଷ୍ଟ ଦୂରିକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଜନବସତିରେ ପ୍ରମୁଖ ସ୍ଥାନ ଗୁଡିକରେ ନଳ କୂପ ଖନନ କରାଯାଇ ଗ୍ରାମ ବାସୀଙ୍କୁ ପାନୀୟଜଳ ଯୋଗାଇ ଆସୁଛନ୍ତି । ମାତ୍ର ଚମ୍ପୁଆ ବ୍ଲକ ଅନ୍ତର୍ଗତ ସୁନାପୋଶି ପଂଚାୟତର ଶରାଶପୋଶି ଗ୍ରାମରେ ଏହାର ବିପରୀତ ପ୍ରତିବିମ୍ବ ଦେଖିବାକୁ ମିଳିଛି । ଗାଁ ରୁ ୨ ରୁ ୩ ଟି ନଳ କୂପରେ କିଛି ଲୋକ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପୂରଣ କରିବା ପାଇଁ ଉକ୍ତ ନଳ କୂପରେ ବିଭାଗ ଓ ପଂଚାୟତରୁ କୌଣସି ଅନୁମତି ନନେଇ ମଟର ଲଗାଇ ଜଳ ଉଠାଇ ଚାଲିଛନ୍ତି । ଫଳରେ ସ୍ଥାନୀୟ ଆଦିବାସୀ ଅନେକ ସମୟରେ ପାନିୟଜଳ ପାଇବାରୁ ବଂଚିତ ହେବା ନେଇ ସ୍ଥାନୀୟ ସରପଂଚ ସଂଜିତା ଚାତାରଙ୍କୁ ଅଭିଯୋଗ କରିଥିଲେ । ଏପରିକି ମଟର ଦ୍ୱାରା ଜଳ ଉଠାଣ ଯୋଗୁଁ ଜଳ ସ୍ତର ହ୍ରାସ ହେଉଥିବାରୁ ଗ୍ରାମ ବାସୀ ମାନେ ପାନିୟଜଳ ସଂଗ୍ରହ ପାଇଁ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏନେଇ ସରପଂଚ ମହୋଦୟା ଜନସ୍ୱାସ୍ଥ୍ୟ ବିଭାଗ ଯନ୍ତ୍ରୀ କରନ ସୋରେନଙ୍କୁ ନେଇ ଘଟଣାର ତଦନ୍ତ କରିବା ସହିତ ନଳ କୂପରେ ଲଗାଇଥିବା ମଟର ଗୁଡିକ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ମାତ୍ର ମଟର ଖୋଲିବାରେ ସମୟସୀମା ଦେଇ ନଥିବାରୁ ଆଜିପର୍ଯ୍ୟନ୍ତ ଉକ୍ତ ମଟର ଗୁଡିକ ଲଗାଇଥିବା ଲୋକ ମାନେ ଖୋଲୁନଥିବା ଦେଖିବାକୁ ମିଳିଛି । ଏ ନେଇ ବିଭାଗୀୟ ଯନ୍ତ୍ରୀ ଶ୍ରୀ ସୋରେନଙ୍କୁ ପଚାରିବାରୁ ଆମ୍ଭେ ତାଙ୍କୁ ମୌଖିକ ଭାବେ ଉକ୍ତ ମଟର ଗୁଡିକୁ ଖୋଲିବା ପାଇଁ କହିଥିଲୁ । ମାତ୍ର ସେମାନେ ମାନିନଥିବାରୁ ଏନେଇ ତାଙ୍କୁ ଧାର୍ଯ୍ୟ ସୀମା ମଧ୍ୟରେ ନଳ କୂପରୁ ମଟର ଖୋଲିବାକୁ ନୋଟିସ କରାଯିବ । ଯଦି ଏଥିରେ ବ୍ୟତିକ୍ରମ ହୁଏ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସୋରେନ ସୂଚନା ଦେଇଛନ୍ତି ।