ନିର୍ମାଣ ଶ୍ରମିକ ସଂଘର ବୈଠକ
ପାଟକୁରା : ଦପୁର ବ୍ଲକ୍ ବଙ୍ଗାଳପୁର ଗ୍ରାମ ପଞ୍ଚା·ୟତ ଚଁପୁରସ୍ଥିତ ନାଣ୍ଡିବଟ ମହାପୁରୁଷଙ୍କ ବିଜେସ୍ଥଳୀ ଠାରେ ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘ, ଗରଦପୁର ଶାଖାର ଏକ ବୈଠକ ବ୍ଲକ୍ ସଭାପତି ନିତ୍ୟାନନ୍ଦ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶ୍ରମିକ ନେତା ଅଶୋକ କୁମାର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିବା ସହ ଶ୍ରମିକମାନେ ସଂଗଠିତ ହେବାକୁ ଆହ୍ୱାନ ଦେଇଥିଲେ । ଏହି ବୈଠକରେ ପ୍ରଦୀପ୍ତ ସାମଲ, ସୁକାନ୍ତ ବାରିକ, ମନ୍ମଥ ପଣ୍ଡା, ସନ୍ତୋଷ ପାଣି, ଅଜୟ ସେଠୀ, ମିନା ସେଠୀ, କବିତା ମାଟି, କୁନ୍ତଳା ମଳିକ ପ୍ରମୁଖ ଶ୍ରମିକଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲାବେଳେ ଶୁଶାନ୍ତ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।