ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା : ସାଧାରଣ ନିର୍ବାଚନ ୨୦୨୪ ପାଇଁ କେନ୍ଦ୍ରାପଡା ଜିଲ୍ଲା ଲୋକସଭା ନିର୍ବାଚନ ମଣ୍ଡଳୀ ଓ ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଓ ଭୋଟର ମାନେ ଚଳ ଚଞ୍ଚଳ ଥିବା ବେଳେ ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ କେନ୍ଦ୍ରାପଡା ଗସ୍ତରେ ଆସୁଥିବାରୁ ଏକ ପ୍ରସ୍ତୁତି ବୈଠକ କାକଟ ଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ବିଧାନସଭା ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୭ ତାରିଖ ବାରୋ ପଡିଆରେ ହେବାକୁ ଥିବା ସାଧାରଣ ସଭାରେ ଯୋଗ ଦେବାକୁ ଆସୁଥିବାର କାର୍ଯ୍ୟକ୍ରମ ଥିବାରୁ ଏବଂ ଏହା ପୂର୍ବରୁ ଭି.କେ ପାଣ୍ଡିଆନ ଆସନ୍ତା ୨୪ ତାରିଖ କେନ୍ଦ୍ରାପଡା ଗସ୍ତରେ ଆସି ତିନିମୁହାଣୀରୁ ଇଛାପୁର ଶ୍ରୀ ବଳଦେବଜୀଉ ମନ୍ଦିର ପର୍ଯ୍ୟନ୍ତ ଏକ ରୋଡ ସୋ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏଥିପାଇଁ ଦଳ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଜଣାପଡିଛି । ଭି.କେ ପାଣ୍ଡିଆନଙ୍କ ରୋଡ ସୋ ସମୟରେ ନୂଆ ବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡ, କେଶପୁର ବଜାର ପ୍ରମୁଖ ଅଞ୍ଚଳରେ ପଥପ୍ରାନ୍ତ ସଭା ଓ ଇଛାପୁର ଠାରେ ଏକ ସଭାର ବ୍ୟବସ୍ଥା ରହିଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ସଭାରେ ପ୍ରାୟ ୨୦ ହଜାର ଜନ ସାଧାରଣ ଯୋଗ ଦେବା ପାଇଁ ଆଲୋଚନା କରାଯାଇ ଥିଲା । ଏହି ବୈଠକରେ ପୈାର ଅଧ୍ୟକ୍ଷା ସରିତା ସାହୁ, ଜିଲ୍ଲା ସଭାପତି ଧିରେନ ସାହୁ, ଜିଲ୍ଲା ପରିଷଦ ସଭ୍ୟ ମଧୁଛନ୍ଦା ମହାନ୍ତି, ଯଜାତି ମହାନ୍ତି, ରାଜେଶ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହନ୍ତି, ପୂର୍ବତନ ସରପଞ୍ଚ ପ୍ରଦୁ୍ୟମ୍ନ ଜେନା, ରାଜ୍ୟ ବିଜେଡି ସଂପାଦକ ରଞ୍ଜିତ କୁମାର ସାହୁ, କମଳାକାନ୍ତ ବେହେରା, ମିର ମୁରସିଦ୍, ସୈାମେନ୍ଦ୍ର ପୃଷ୍ଟି, ହିବଜୁବୁର ରହେମାନ, ମୁକ୍ତାର ଖାନ, ସୁମିତ୍ରା ପାଢୀ,ମିନତୀ ପରିଡା, ଲିଲିତା ଦାସ, ହିରଣ୍ୟ ପଣ୍ଡା, ଦୁର୍ଗା ପ୍ରସାଦ ପତି, ଜାନୁ ମଣ୍ଡଳ, ସୁନିଲ ମହାପାତ୍ର ପ୍ରମୁଖ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।