ବାଇକ ଚୋର କୋର୍ଟ ଚାଲାଣ

 ଯାଜପୁର ଟାଉନ : ଯାଜପୁର ପୁଲିସ ବାଇକ ଜବଦ କରିବା ସହ ଜଣେ ବାଇକ ଚୋର ଓ ତାର ଦୁଇ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ୨୦୨୪ମସିହା ମେ ମାସ ୨୫ ତାରିଖରେ ଯାଜପୁର ଯାଗେଶ୍ୱରପୁର ଅଂଚଳରେ ରହୁଥିବା ବିଞ୍ଝାରପୁର ଅଂଚଳର ମନୋଜ ସାହୁଙ୍କର ଭଡ଼ା ଘର ସମ୍ମୁଖରୁ ତାଙ୍କ ହିରୋ ବାଇକଟି ଚୋରି ହୋଇଯାଇଥିଲା । ଏନେଇ ମନୋଜ ଯାଜପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ପୁଲିସ ବାଇକ ଚୋରି ମାମଲା ରୁଜୁ କରିଥିଲେ । ଗତକାଲି ପୁଲିସ ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ବାଇକ ଚୋରି କରିଥିବା ଦଶରଥପୁର ଥାନା ନୂଆଗାଁ ଅଂଚଳର ଅଚୁ୍ୟତ ଜେନା ଓ ତାର ଦୁଇଜଣ ସହଯୋଗୀ ସୁଧାଂଶୁ ଦାସ  ଓ ଟୁଟୁ ଜେନା ବାଇକକୁ ବିକିବା ପାଇଁ ଯାଜପୁରକୁ ଆସିଥିବା ବେଳେ ପୁଲିସ ହାତରେ ଧରା ପଡ଼ିଥିଲେ । ଯାଜପୁର ଥାନାଧିକାରୀ ଦାୟିତ୍ୱରେ ଥିବା ଡିଏସ୍ପି ଶରତ ଚନ୍ଦ୍ର ପାତ୍ରଙ୍କ ନିଦେ୍ର୍ଦଶ କ୍ରମେ ଏସ୍ଆଇ ସୁବାସ ଚନ୍ଦ୍ର ମୁଦୁଲି ତଦନ୍ତ କରି ଗାଡ଼ିଟି ଚୋରି ହୋଇଥିବା ନେଇ ଜାଣିବାକୁ ପାଇବା ସହ ଉଭୟଙ୍କୁ ପଚରାଉଚରା କରି ତାଙ୍କ ଠାରୁ ଚୋରି ବାଇକଟିକୁ ଜବତ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି ।