ପାଇକ ବିଦ୍ରୋହ ସମ୍ପର୍କିତ ସମ୍ପାନ

ଖୋର୍ଦ୍ଧା :  ଐତିହାସିକ ଜର୍ଣ୍ଣାଲ ‘ତି୍ରକଳିଙ୍ଗ’ର ଷୋଢଶ ସଂଖ୍ୟାର ଲୋକାର୍ପଣ ଉସôବ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି  । ଏହି ଅବସରରେ ‘ଭାରତୀୟ ଜାତୀୟ ମୁକ୍ତି ସଂଗ୍ରାମରେ ପାଇକ ବିଦ୍ରୋହର ଭୂମିକା’ ଶୀର୍ଷକ ଆଲୋଚନାଚକ୍ର ମହିଳା ମହାବିଦ୍ୟାଳୟର ଇତିହାସ ବିଭାଗ ଓ ତି୍ରକଳିଙ୍ଗର ମିଳିତ ଉଦ୍ୟମରେ ଆୟୋଜିତ ହୋଇଥିଲା । ପ୍ରାଧ୍ୟାପକ ଗବେଷକ ଗୋପାଳକୃଷ୍ଣ ଦାସଙ୍କ ସଭାପତିତ୍ୱରେ ଏହି ଆଲୋଚନାଚକ୍ରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳସଚିବ ପ୍ରଫେସର ନାରାୟଣ ରାଓ ମୁଖ୍ୟ ଅତିଥି, ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳସଚିବ ପ୍ରଫେସର ପ୍ରସନ୍ନ କୁମାର ଜେନା ମୁଖ୍ୟବକ୍ତା ଓ ସମାଜସେବୀ ଦିଲ୍ଲୀପ ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଭାରତର ବିଭିନ୍ନ ପ୍ରଦେଶରେ ହୋଇଥିବା ସଂଗ୍ରାମ ସହ ପାଇକ ବିଦ୍ରୋହର ତୁଳନାତ୍ମକ ଆଲୋଚନା ଓ ଏହାର ବୈଶିଷ୍ଟ ସମ୍ପର୍କରେ ଆଲୋକପାତ କରିଥିଲେ  । ମହିଳା ମହାବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ଡ. ମୌସୁମୀ ପଟେଲଙ୍କ ସଂଯୋଜନାରେ ତି୍ରକଳିଙ୍ଗର ମୁଖ୍ୟ ସମ୍ପାଦକ ବୈକୁଣ୍ଠନାଥ ରାଜଗୁରୁ ପତ୍ରିକାର ଲକ୍ଷ୍ୟ, ଗବେଷଣା ଓ ପ୍ରକାଶନ ସମ୍ପର୍କରେ ଆଲୋକପାତ କରିଥିଲେ  । ତି୍ରକଳିଙ୍ଗର ପ୍ରତିଷ୍ଠାତା ସମ୍ବିତ ପଟ୍ଟନାୟକ ଆଲୋଚନାଚକ୍ରର ଆଭିମୁଖ୍ୟ ଓ ଜାତୀୟ ମୁକ୍ତି ସଂଗ୍ରାମରେ ପାଇକ ବିଦ୍ରୋହର ସ୍ଥାନ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ  । ଅଧ୍ୟକ୍ଷା ପୁଷ୍ପାଞ୍ଜଳି ଶ୍ରୀଚନ୍ଦନ,  ପ୍ରାକ୍ତନ ଇତିହାସ ବିଭାଗ ମୁଖ୍ୟ କବିତା କୁମାରୀ ସ୍ୱାଇଁ ପାଇକ ବିଦ୍ରୋହର ଦିଗ ଦିଗନ୍ତ ସମ୍ପର୍କରେ ସଦୃଷ୍ଟାନ୍ତ ତଥ୍ୟ ଉପସ୍ଥାପନା କରିଥିଲେ  ।