ମିର୍ଦ୍ଧା ଟପ୍ପୋ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ
mirdha toppo mohan charan majhi

ଭୁବନେଶ୍ୱର : କେନ୍ଦୁଝର ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ମିର୍ଦ୍ଧା ଟପ୍ପୋଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଗତକାଲି ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଶାଶ୍ୱତ ମିଶ୍ରଙ୍କୁ ନିଯୁକ୍ତି ଦେଇଥିଲେ । ୧୯୯୬ ବ୍ୟାଚର ଆଇଏଏସ ଅଫିସର ଶାଶ୍ୱତ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ବରିଷ୍ଠ ଆଇଏଏସ ଅଫିସର ନିକୁଞ୍ଜ ଧଳ କେନ୍ଦ୍ରକୁ ଯିବା ପରେ ଏହି ପଦବୀଟି ଖାଲି ପଡ଼ିଥିଲା । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଭାବେ ସେ ଦାୟିତ୍ୱ ନିର୍ବାହ କରିବା ସହ ଅତିରିକ୍ତ ଭାବେ ଅର୍ଥ ବିଭାଗର ପ୍ରମୁଖ ସଚିବ ଓ ଇଡ଼କୋର ଅଧ୍ୟକ୍ଷ ଭାବେ ବି ଦାୟିତ୍ୱ ନିର୍ବାହ କରିବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସମ୍ପ୍ରତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଅର୍ଥନୈତିକ ପ୍ରଗତି, ବଜେଟର ସୁପରିଚାଳନା ସହ ଶିଳ୍ପ ବିକାଶ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ରାଜ୍ୟର ଅର୍ଥନୀତି ଓ ଶିଳ୍ପ ବିକାଶ କ୍ଷେତ୍ରରେ ଶ୍ରୀ ମିଶ୍ରଙ୍କ ବହୁ ଅଭିଜ୍ଞତା ରହିଛି । ଅର୍ଥ ବିଭାଗର ପ୍ରମୁଖ ସଚିବ ଓ ଇଡ଼କୋର ଅଧ୍ୟକ୍ଷ ଭାବେ ଶ୍ରୀ ମିଶ୍ର ଦୁଇ ଗୁରୁଦାୟିତ୍ୱକୁ ସଫଳତାର ସହ ତୁଲାଇ ଆସୁଛନ୍ତି । ତେଣୁ ତାଙ୍କ ଉପରେ ମୁଖ୍ୟମନ୍ତ୍ରୀ ଆସ୍ଥା ପ୍ରକଟ କରି ଆଉ ଏକ ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି ।