ପଥର ବୋଝେଇ ଡମ୍ପର ଜବତ
ସୋର : ସୋର ଥାନା ମାଣତ୍ରୀ ଛକରେ ଖଣିବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଗୋଟିଏ ପଥର ବୋଝେଇ ଡମ୍ଫର ଜବତ କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ବାଗୁଡି ପଥର ଖଦାନରୁ ପଥର ଲୁଟ୍ ହେଉଥିବା ଖବର ପାଇ କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ ମାଣତ୍ରୀ ଛକ ନିକଟରେ ଚଢ଼ଉ କରିଥିଲେ । ଏହି ସମୟରେ ବାଗୁଡିରୁ ଡମ୍ପର ବେଆଇନ ଭାବେ ପଥର ବୋଝେଇ କରି ଆସୁଥିବା ଗାଡିକୁ ଜବତ କରିଥିଲେ । ପରେ ଗାଡିକୁ ସୋର ପୁଲିସକୁ ହସ୍ତାନ୍ତର କରାଯାଇଛି । ଚଢ଼ଉ ହେଉଥିବା ଜାଣିପାରି ଅନେକ ଗାଡି ଫେରାର ହୋଇଯାଇଥିଲେ ।