‘ମିସା’ ବନ୍ଦୀଙ୍କୁ ମିଳିବ ମାସକୁ ୨୦ ହଜାର
ଭୁବନେଶ୍ୱର: ଓଡିଶା ସରକାରଙ୍କ ପକ୍ଷରୁ ଦେଶର ଜରୁରୀକାଳୀନ ପରିସ୍ଥିତିରେ ମିସା, ଡିଆଇଆର ଏବଂ ଡିଆଇଏସଆଇଆର ଆଇନରେ ବିଭିନ୍ନ ଜେଲରେ ବନ୍ଦୀଥିବା ସଂଗ୍ରାମୀମାନଙ୍କୁ ମାସକୁ ୨୦ ହଜାର ଟଙ୍କାର ପେନସନ ମିଳିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ଏ ବିଷୟରେ ଘୋଷଣା କରିଥିଲେ । ଆଜି ଏସଂପର୍କରେ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ପେନସନ ସହିତ ସମସ୍ତ ସଂଗ୍ରାମୀମାନଙ୍କ ମେଡିକାଲ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ । ୧ ଜାନୁଆରୀ ୨୦୨୫ ସୁଦ୍ଧା ଜୀବିତ ଥିବା ସବୁ ସଂଗ୍ରାମୀ ଏହି ପେନସନ ଓ ଚିକିସôା ସୁବିଧା ପାଇବେ । ସୂଚନାଯୋଗ୍ୟଯେ, ୧୯୭୫ ଜୁନ୍ ୨୫ରୁ ୧୯୭୭ ମାର୍ଚ୍ଚ ୨୧ ପର୍ୟ୍ୟନ୍ତ ଦେଶର ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ଅନେକ ସଂଗ୍ରାମୀ ଦେଶର ବିଭିନ୍ନ ଜେଲରେ ବନ୍ଦୀ ହୋଇଥିଲେ ।