ଆଜି ପରୀକ୍ଷଣ ହେବ ସ୍ବଳ୍ପ ଦୂରଗାମୀ ମିସାଇଲ

ବାଲେଶ୍ୱର: ଆଜି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପରୀକ୍ଷଣ ହେବ ସ୍ବଳ୍ପ ଦୂରଗାମୀ ମିସାଇଲ। ପୂର୍ବାହ୍ନରେ ତିନି ନମ୍ବର ଲଞ୍ଚପ୍ୟାଡରୁ ଏହାକୁ ପରୀକ୍ଷଣ କରିବାକୁ ଧାର୍ୟ୍ୟ କରାଯାଇଛି। ଏଥିପାଇଁ ଲଞ୍ଚପ୍ୟାଡର ଅଢେଇ କିଲୋମିଟର ପରିଧି ଅଞ୍ଚଳର ୩୧ଶହ ଜନସାଧାରଣଙ୍କୁ ସ୍ଥାନାନ୍ତର କରାଯିବା ସହ ସେମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେଇଛି ପ୍ରଶାସନ। ଜୟଦେବକସବା ପାହି ଓ ସାହାଜାନଗର ପାହି ଅଞ୍ଚଳର ୧ ହଜାର ୯୩, ଭୀମପୁର ପାହି ଓ ତୁଣ୍ଡରା ପାହି ଅଞ୍ଚଳରୁ ୮୯୫ ଏବଂ ଖଡ଼ୁପାହି ଓ କୁସୁମୁଳୀ ଅଞ୍ଚଳରୁ ୧୧ଶହ ୧୨ଙ୍କୁ ମିଶାଇ ମୋଟ ୬ଟି ଗାଁର ୩୧ ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ସମସ୍ତଙ୍କ ପାଇଁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ ଓ ଅସ୍ଥାୟୀ ଟେଣ୍ଟରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ପରୀକ୍ଷଣ ସରିବା ପର୍ୟ୍ୟନ୍ତ ସମସ୍ତେ ଅସ୍ଥାୟୀ ଶିବିରରେ ରହିବେ। ସ୍ଥାନାନ୍ତରିତ ଲୋକଙ୍କ ପାଇଁ ଜଳଖିଆ ଓ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ। ଏଥିସହିତ କ୍ଷତିପୂରଣ ବାବଦକୁ ସହାୟତା ରାଶି ମଧ୍ୟ ପ୍ରଦାନ କରାଯିବ।
ପ୍ରଶାସନର ସୂଚନା ଅନୁସାରେ ଜୟଦେବକସବା ପାହି, ଶାହାଜାନଗର ପାଣିର ୧୦୯୩ ଜଣ, ଭୀମପୁର ପାହି, ତୁଣ୍ଡରା ପାହିର ୮୯୫ ଜଣ, ଖଡୁପାହି, କୁସୁମୁଳୀ ଗାଁର ୧୧୧୨ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ସମସ୍ତ ଲୋକଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ ଓ ଅସ୍ଥାୟୀ ଟେଣ୍ଟର ବ୍ୟବସ୍ଥା କରାଯାଇଛି। ସ୍ଥାନାନ୍ତରିତ ଲୋକଙ୍କ ପାଇଁ ଜଳଖିଆ ଓ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ। ଏଥିସହିତ କ୍ଷତିପୂରଣ ବାବଦକୁ ସହାୟତା ଟଙ୍କା ଗ୍ରାମବାସୀଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପଠାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି।