ସିଲିକନ୍ ଷ୍ଟିଲ୍ ମିଲ୍‌ରେ ଗ୍ୟାସ୍ ସୁରକ୍ଷା ଉପରେ ମକ୍‌ଡ୍ରିଲ୍

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ  ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ ଜୀବନରେ ମନକୁ କାହିଁକି ଲଗାମ୍ ଦେଇ ଧରି ରଖିବାକୁ ହେବ, ସେ ବାବଦରେ କିଛି କଥା  । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା  ।
ଶାନ୍ତି ଖୋଜୁଥିବା ବା ଶାନ୍ତିର ସନ୍ଧାନରେ ଥିବା ଲୋକଟି ନିଜ ମନକୁ ନିୟନ୍ତ୍ରଣ କରିପାରିଲେ ଯେଉଁ ଶାନ୍ତି ମିଳିବ, ତାହା ଆଉ କୋଉଠୁ ବି ପ୍ରାପ୍ତ ହୋଇପାରିବ ନାହିଁ  । "ମନ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ  ।" ଭାଗବତର ଏହି ବାଣୀ ଯୁଗେ ଯୁଗେ ସତ୍ୟ  । କିନ୍ତୁ ଏହି ବାଣୀକୁ ବୁଝିବା ଲୋକ ସବୁ ଯୁଗରେ ଅଭାବ  । ନିଜ ମନକୁ ଯେ ଆୟତ୍ତ କରିନପାରିଛି ସିଏ ଯେତେ ପାଇଲେ ବି ସନ୍ତୁଷ୍ଟ ହେବ ନାହିଁ କିମ୍ବା ଜୀବନରେ ଶାନ୍ତି ବୋଲି କିଛି ଅନୁଭବ କରିପାରିବ ନାହିଁ  । ଯେତେ ଅଳ୍ପରେ ଜଣେ ନିଜର ଆବଶ୍ୟକତାକୁ ପୂରଣ କରିପାରିବ, ସିଏ ସେତେ ଭଲରେ ରହିବ  । ଆବଶ୍ୟକତାର ସୀମା ନାହିଁ, ଶାନ୍ତି ଆସିବ କେଉଁଠୁ  ।
ବର୍ତ୍ତମାନ ସମୟରେ ଦେଖେଇ ହେବାର ଏକ ପ୍ରବୃତ୍ତି ଊଣା ଅଧିକେ ପ୍ରାୟ ଆମ ସମସ୍ତଙ୍କ ଠାରେ ରହିଛି  । ନିଜ ସହିତ ଅନ୍ୟକୁ ତୁଳନା କରିବା ହେଉଛି ସବୁଠାରୁ ବଡ ଅଶାନ୍ତି  । ଅନ୍ୟ ସହିତ ନିଜକୁ ତୁଳନା କରୁଥିବା ଲୋକ କେବେବି କସ୍ମିନ୍ କାଳେ ଶାନ୍ତିରେ ରହିପାରିବ ନାହିଁ  । କେହି କାହା ସହିତ ସମାନ ନୁହଁନ୍ତି  । ତେଣୁ ତୁଳନା କରିବା ହିଁ ଭୁଲ୍  । ଏ ଦୃଷ୍ଟିରୁ ଦେଖିବାକୁ ଗଲେ ନିଜ ମନକୁ ନିୟନ୍ତ୍ରଣ କରିବା ହିଁ ଶାନ୍ତି ପାଇବାର ସବୁଠାର ବଡ ଉପାୟ  । ଉଦାହରଣ ଭାବେ ଧରିନିଅନ୍ତୁ, ଦୋକାନରେ ମିଠା ଦେଖିଲେ ଖାଇବାକୁ ଇଛା ହେବ  । କିନ୍ତୁ ସେଥିପାଇଁ ତ ପକେଟ୍ରେ ପଇସା ଥିବା ଦରକାର  । ପଇସା ନଥିଲେ ଚୋରି କରିବାକୁ ଇଚ୍ଛା ଗ୍ରାସ କରିବ  । ମିଠା ଖାଇବାର ଇଛାରୁ ଚୋରି କରିବାର ଇଛା ଜାଗ୍ରତ ହୁଏ  । ଯଦି ମିଠା ଖାଇବା ଇଛାକୁ ଦମନ କରାଯାଇପାରିବ, ଚୋରି ଭଳି ପରିସ୍ଥିତି ଉପୁଜିବ କାହିିଁକି ? ୟାକୁ ହିଁ କୁହନ୍ତି ନିଜ ମନ ଉପରେ ନିୟନ୍ତ୍ରଣ  । ଏତିକି ନଥିଲେ ଜୀବନରେ କେହି କେବେବି ଶାନ୍ତି ପାଇପାରିବେ ନାହିଁ  । ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ  । ନମସ୍କାର  ।