ଦହିବରା ପାଇଁ ରାଗିଲେ ମୁଖ୍ୟମନ୍ତ୍ରୀ

ଦହିବରା ପାଇଁ ରାଗିଲେ ମୁଖ୍ୟମନ୍ତ୍ରୀ

କଟକ : ବୋଇତ ବିଳମ୍ବ ହେବା ଓ ଅତିଥିମାନଙ୍କ ପାଇଁ ପର୍ଯ୍ୟାପ୍ତ ବ୍ୟାଟେରି ଗାଡି ବ୍ୟବସ୍ଥା ନଥିବାରୁ ରାଗି ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ । ବୋଇତ ପ୍ରସ୍ତୁତ ନଥିବାରୁ ମୁଖ୍ୟମନ୍ତ୍ରୀ ସିଲଭରସିଟି ବୋଟିଂ କ୍ଲବ୍ରେ ପାଖାପାଖି ୨୦ମିନିଟରୁ ଅଧିକ ସମୟ ଧରି ଅପେକ୍ଷା କରିଥିଲେ । ଫଳରେ ବୋଇତରେ ଗଡଗଡିଆ ଘାଟକୁ ଯିବା ପାଇଁ ବିଳମ୍ବ ହୋଇଥିଲା । ବୋଇତ ଆସିବା ପରେ ମୁଖ୍ୟମନ୍ତ୍ରୀ ଗଡଗଡିଆଘାଟରେ ପହଁଞ୍ଚିଥିଲେ । ସେଠାରେ ବୋଇତ ବନ୍ଦାଣ କରି କଟକ-ଇନ୍-କଟକରେ ହୋଇଥିବା ପ୍ରଥମଥର ପାଇଁ ଦକ୍ଷିଣ-ପୂର୍ବ ରାଷ୍ଟ୍ରସମୂହ ସହ ଉକ୍ରଳୀୟ ନୌବାଣିଜ୍ୟ ପରମ୍ପରାକୁ ନେଇ ସ୍ୱତନ୍ତ୍ର ପ୍ୟାଲିଭିୟନକୁ ଯିବାକୁ ବ୍ୟାଟେରି ଗାଡିରେ ବସିଥିଲେ । ହେଲେ ଅନେକ ଅତିଥି ଥିବାବେଳେ ଗୋଟିଏ ଗାଡି ଥିବାରୁ ମୁଖ୍ୟମନ୍ତ୍ରୀ ବିରକ୍ତି କରିବା ସହିତ ଗାଡିରୁ ଓହ୍ଲାଇ ଚାଲି ଚାଲି ପ୍ୟାଭିଲିୟନକୁ ଯାଇଥିଲେ । ପରେ ସେଠାରୁ ମଞ୍ଚ ପର୍ୟ୍ୟନ୍ତ ଗାଡିରେ ଯାଇଥିଲେ । ମଞ୍ଚରେ ମୁଖ୍ୟମନ୍ତ୍ରୀ କଟକର ପ୍ରସିଦ୍ଧ ଦହିବରା ବିଷୟରେ କହିଥିଲେ । କଟକ ଆସି ଦହିବରା ନ ଖାଇଲେ ମଜା ଆସିବ ନାହିଁ । କିନ୍ତୁ ଦହିବରା ବ୍ୟବସ୍ଥା କରାଯାଇ ନ ଥିବା ଓ ଦହିବରା ଖାଇବାର ସୁଯୋଗ ନ ମିଳିବାରୁ ମୁଖ୍ୟମନ୍ତ୍ରୀ ମାଝୀ ଅସନ୍ତୋଷ ପ୍ରକାଶ କରିଥିଲେ  । ପୂର୍ବରୁ ଯେବେ କଟକ ଆସିଛନ୍ତି ସେବେ ଦହିବରାର ମଜା ଚାଖିଥିବା ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି ।