ଓଡ଼ିଶାର କଥା କହିଲେ ମୋହନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ସମସ୍ତ ଏନଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀମାନଙ୍କ ଉପସ୍ଥିତିରେ ‘ମୁଖ୍ୟମନ୍ତ୍ରୀ ସମ୍ମିଳନୀ' ଆୟୋଜିତ ହୋଇଛି । ଏହି ସମ୍ମିଳନୀରେ ଯୋଗଦେଇ ଓଡ଼ିଶାର ବିକାଶ ପାଇଁ ଗ୍ରହଣ କରାଯାଇଥିବା ନୂତନ ପଦକ୍ଷେପଗୁଡ଼ିକ ବିଷୟରେ ଅନ୍ୟମାନଙ୍କୁ ଅବଗତ କରାଇବା ସହ ଅନ୍ୟ ରାଜ୍ୟମାନଙ୍କର ବିକାଶ ମଡେଲ ବିଷୟରେ ଜାଣିବାର ସୁଯୋଗ ମିଳୁଛି । ଏହି ଅବସରରେ ସୁଶାସନ, ସମାବେଶୀ ବିକାଶ ଏବଂ ରାଜ୍ୟଗୁଡ଼ିକର ଉଲ୍ଲେଖନୀୟ ପଦକ୍ଷେପଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ହୋଇଛି । ଏକ ସମୃଦ୍ଧ ଏବଂ ସଶକ୍ତ ଓ ବିକଶିତ ଭାରତ ଗଠନ ଦିଗରେ ଆମେ ସମସ୍ତେ ସହଭାଗୀ ହୋଇ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।