ଟିଟିଲାଗଡ଼ ବିଧାୟକ ଅସୁସ୍ଥ : କଥା ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ ଅସୁସ୍ଥ ହୋଇପଡ଼ିଛନ୍ତି । ପ୍ରଥମେ ସ୍ଥାନୀୟ ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଯିବାରୁ ତାଙ୍କୁ ରାୟପୁର ସ୍ଥାନାନ୍ତରିତ କରାଯାଇଛି । ଟିଟିଲାଗଡ଼ ବିଧାୟକ ରାୟପୁରର ରାମକୃଷ୍ଣ ହସ୍ପିଟାଲରେ ଚିକିସôାଧୀନ ଅଛନ୍ତି । ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟେଲିଫୋନ ଯୋଗେ ଶ୍ରୀ ଜୈନଙ୍କ ସହ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ ଏବଂ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।