ବନ୍ୟଜନ୍ତୁ ଶିକାର ନେଇ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା

ବନ୍ୟଜନ୍ତୁ  ଶିକାର ନେଇ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା

 ୨୦୦୬ରେ କେନ୍ଦୁଝର ର ଗୁପ୍ତଗଙ୍ଗା ରେ ୨୦ ରୁ ୨୫ ଯୁଆଙ୍ଗ ଆଦିବାସୀ ଙ୍କୁ ଗିରଫ କରି ୧୦୦ ରୁ ଅଧିକ ଦିନ ଜେଲରେ ରଖା ଯାଇଥିଲା ।  କେତେବଡ ଅପରାଧ ସେମାନଙ୍କ ର ଥିଲା ବୋଲି ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ ।  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେଉଁମାନେ ମାଫିଆ ସାଜି ମୂଲ୍ୟବାନ ଗଛ କାଟି ବିକ୍ରି କରୁଛନ୍ତି ଆମର କିଛି ଲୋକ ଯୋଗୁଁ ସେମାନେ ଖସି ଯାଉଛନ୍ତି  ।  ଦୁର୍ନୀତି ସହ  ଯୋଡି ହୋଇଥିବା ଅଧିକାରୀ ମାଇଣ୍ଡ ଚେଞ୍ଜ କରନ୍ତୁ ।  କିଛି ଅଧିକାରୀଙ୍କ ଯୋଗୁଁ ବଦନାମ ହେଉଛି ଜଙ୍ଗଲ ବିଭାଗ ଅଧିକ ରୋଜଗାର ଆଶା ରେ ଦୁର୍ନୀତି କରୁଛନ୍ତି ।  

ଦୁର୍ନୀତି କୁ ନେଇ ଶୂନ୍ୟ ସହନଶୀଳତା ରହିବ ,  ବିଭାଗର ଦୁର୍ନୀତି ଟିଭିରେ ଯେମିତି ଚିତ୍ରଣ ହେଉଛି ହେବା କଥା ନୁହଁ  ।  ସରକାର କୁ ଗାଳି ଦେଲେ ଵି ସରକାର ତାଙ୍କ କାମ କରିବେ ।   ଏଥିସହ ଆହୁରି କହିଛନ୍ତି ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ ସହ ଏହାର ସୁରକ୍ଷା ଦିଗ ରେ କାମ କରିବାକୁ ହେବ ।  ରାଜ୍ୟ ରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ରେ ୬ କୋଟି ୫୨ ଲକ୍ଷ ଗଛ ଲାଗିଛି  ।   ଚଳିତ ବର୍ଷ ଆହୁରି ୧ କୋଟି ଗଛ ଲଗାଇବାକୁ ଯୋଜନା କରାଯାଇଛି ।  ସେପ୍ଟେମ୍ବର ୭ ରେ ପ୍ରଧାନମନ୍ତ୍ରୀ ଙ୍କ ୭୫ ତମ ଜନ୍ମଦିନ ରେ ଗୋଟିଏ ଦିନ ରେ ଲାଗିବ ୭୫ ଲକ୍ଷ ଗଛ । ସେହିଦିନ ଓଡିଶା ଆସିବାକୁ ଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବି ମୁଖ୍ୟମନ୍ତ୍ରୀ କହିଲେ।