ଭାରତୀୟ ହକି ଦଳ କରିବ ଅଷ୍ଟ୍ରେଲିଆ ଗସ୍ତ

 ହକି ଇଣ୍ଡିଆ ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ଲାଗି ‌ସୋମବାର ୨୪ ଜଣିଆ ଦଳ ଘୋଷଣା କରିଛି । ଏହି ଦଳରେ ଓଡ଼ିଶାରୁ ୩ ଜଣ ସାମିଲ ଅଛନ୍ତି । ଅମିତ ରୋହିତଦାସ, ନୀଲମ ସଂଜୀପ ଖେସ୍‌ ଓ ଶିଳାନନ୍ଦ ଲାକ୍ରା ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଦଳର ନେତୃତ୍ୱଭାର ପୂର୍ବପରି ହର୍ମନପ୍ରୀତ ସିଂହଙ୍କ ହାତରେ ରହିଛି । ଏସିଆ କପ୍‌ ବିଜେତା ସିଧାସଳଖ ବିଶ୍ୱକପ୍‌ ଯୋଗ୍ୟତା ନିଶ୍ଚିତ ଥିବାରୁ ଏହି ପ୍ରତିଯୋଗିତା ଭାରତୀୟ ଦଳ ପାଇଁ ଗୁରୁତ୍ୱ ରଖୁଛି । 
ବିହାରର ରାଜଗିରିଠାରେ ଚଳିତମାସ ୨୯ ତାରିଖରୁ ହେବାକୁ ଥିବା ଏସିଆ କପ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ପୂର୍ବରୁ ଏହି ଗସ୍ତରେ ଖେଳାଳିଙ୍କ ପାଇଁ ନିଜକୁ ପ୍ରମାଣିତ କରିବାର ସୁଯୋଗ ରହିଛି । ଅଷ୍ଟ୍ରେଲିଆ ଗସ୍ତରେ ଭାରତ‌ ଅଗଷ୍ଟ ୧୫ରୁ ୨୧ ତାରିଖ ମଧ୍ୟରେ ପର୍ଥରେ ଘରୋଇ ଦଳ ବିପକ୍ଷରେ ୪ଟି ମ୍ୟାଚ୍‌ ଖେଳିବ ।

ଭାରତୀୟ ହକି ଦଳ: ଗୋଲି-କୃଷ୍ଣ ବି ପାଠକ, ସୂରଜ‌ ‌ରକେରା, ଡିଫେଣ୍ଡର-ସୁମିତ, ଜର୍ମନପ୍ରୀତ ସିଂହ, ହର୍ମନପ୍ରୀତ ସିଂହ (ଅଧିନାୟକ), ସଞ୍ଜୟ, ଅମିତ ରୋହିଦାସ, ନୀଲମ ସଞ୍ଜୀପ ଖେସ୍‌, ଯୁଗରାଜ ସିଂହ, ପୂଭାନ୍ନା ସିବି, ମିଡ୍‌ଫିଲ୍ଡର-ରାଜିନ୍ଦର ସିଂହ, ରାଜକୁମାର ପାଲ, ହାର୍ଦ୍ଦିକ ସିଂହ, ମନପ୍ରୀତ ସିଂହ, ବିବେକ ସାଗର ପ୍ରସାଦ, ରବିଚନ୍ଦ୍ର ସିଂହ ମୋଇରାଙ୍ଗଥେମ, ବିଷ୍ଣୁକାନ୍ତ ସିଂହ, ଫରୱାର୍ଡ-ମନଦୀପ ସିଂହ, ଶିଳାନନ୍ଦ ଲାକ୍ରା, ଅଭିଷେକ, ସୁଖଜିତ ସିଂହ, ଦିଲପ୍ରୀତ ସିଂହ, ସେଲ୍‌ଭାମ କାର୍ତ୍ତି, ଆଦିତ୍ୟ ଲାଲାଗେ ।