୧୬ ହଜାର ଶିକ୍ଷକଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଖୁବ୍‌ ଶୀଘ୍ର କନିଷ୍ଠ ଶିକ୍ଷକ ନିଯୁକ୍ତି  ଦିଆଯିବ । କଳିଙ୍ଗ ଷ୍ଟାଡିୟମରେ ଏକ ସମାରୋହରେ ନିଯୁକ୍ତିପତ୍ର  ବଣ୍ଟନ କରାଯିବ । ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଏହି କାର୍ୟ୍ୟକ୍ରମ  ରହିଛି । ୧୬ ହଜାରରୁ ଅଧିକ କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିଯୁକ୍ତି ଦିଆଯିବ। ଏହି  କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ ଯୋଗଦେଇ  ନିଯୁକ୍ତିପତ୍ର ବଣ୍ଟିବେ । 

କନିଷ୍ଠ ଶିକ୍ଷକ  ନିଯୁକ୍ତି ୭ବର୍ଷ ପରେ ହେଉଛି ।  ଗତ ବର୍ଷ କନିଷ୍ଠ ଶିକ୍ଷକ ନିଯୁକ୍ତି  ନେଇ ଓଡ଼ିଶା ରାଜ୍ୟ ବିଦ୍ୟାଳୟ  କାର୍ୟ୍ୟକ୍ରମ ପ୍ରାଧିକରଣ (ଓସେପା)  ପକ୍ଷରୁ ପରୀକ୍ଷା ହୋଇଥିଲା । ରେଜଲ୍ଟ ପ୍ରକାଶ ପରେ ଏଥିରେ  ତ୍ରୁଟି ଦର୍ଶାଇ କିଛି ପରୀକ୍ଷାର୍ଥୀ  ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଫଳରେ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା  ପ୍ରଭାବିତ ହୋଇଥିଲା । 

ଓସେପା ପକ୍ଷରୁ ଜାରି ହୋଇଥିବା ମେରିଟ୍‌  ଲିଷ୍ଟ ଆଧାରରେ ନିଯୁକ୍ତି ଦିଆଯିବା ନେଇ ସଙ୍କେତ ମିଳିବା ପରେ ଏହି  ନିଯୁକ୍ତି ପ୍ରକ୍ରିୟା ଆଗେଇଛି । ଅଗଷ୍ଟ ମାସରୁ କାଉନ୍‌ସେଲିଂ ପ୍ରକ୍ରିୟା  ଶେଷ ହୋଇଛି। ଅନେକ ଜିଲ୍ଲାରେ  ଜିଲ୍ଲା ପରିଷଦ ବୈଠକ ବସି  ଚୂଡ଼ାନ୍ତ ତାଲିକାକୁ ଅନୁମୋଦନ  ଦିଆଯାଇଛି । ବିଶେଷ ସୂତ୍ରରୁ  ମିଳିଥିବା ସୂଚନା ଅନୁଯାୟୀ,  ଅକ୍ଟୋବର ୫ରୁ ୯ ତାରିଖ ମଧ୍ୟରେ  ନିଯୁକ୍ତି ମେଳା ଅନୁଷ୍ଠିତ ହେବ।