ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଚଳଚ୍ଚିିତ୍ର "ୱାଇଫ’ର ସ୍ପେସିଆଲ୍ ସ୍କ୍ରିନିଂ
ଭୁବନେଶ୍ୱର: "ୱାଇଫ’ର ଅକୁହା କାହାଣୀର ମୁକସାକ୍ଷୀ କେବଳ ସେ ଘରର ଚାରିକାନ୍ଥ । ୱାଇଫର ହସଖୁସି, ତ୍ୟାଗ ବଳିଦାନ ଓ ସଂଘର୍ଷର ମୁକସାକ୍ଷୀ ହେଉଛନ୍ତି କେବଳ ଭଗବାନ । ଆଜିର ସମାଜରେ ବିବାହର ପରିଭାଷା ବଦଳିଯାଇଛି । ସମାଜରେ ଆମ ପରମ୍ପରାରେ ଶାସ୍ତ୍ରରେ ବିବାହ ଅନୁଷ୍ଠାନର ଭୂମିକା କଣ? ବୈବାହିକ ସମ୍ପର୍କରେ ମହତ୍ତ୍ୱ, ଦାୟିତ୍ୱ ଓ ସମ୍ମାନର କଥାକୁ ନେଇ ବଡ଼ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଚଳଚ୍ଚିତ୍ର "ୱାଇଫ୍’ ଯାହାର ସ୍ପେସିଆଲ ସ୍କ୍ରିନିଂ ଭୁବନେଶ୍ୱର ସ୍ଥିତ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ହୋଇଛି । ଏହି ସ୍ପେସିଆଲ ସ୍କ୍ରିନିଂ ଦେଖିବା ପାଇଁ ଅନେକ ସାଟେଲାଇଟ ନୁ୍ୟଜ ଟେଲିଭିଜନ ଚ୍ୟାନେଲର ମୁଖ୍ୟ ସମ୍ପାଦକ, ରିପୋର୍ଟର୍ସ, ସୋସିଆଲ ମିଡ଼ିଆ ରିପୋର୍ଟର୍ସ, ବଲିଉଡର ନାମିଦାମୀ ଚଳଚ୍ଚିିତ୍ର ପ୍ରଯୋଜକ, ନିଦେ୍ର୍ଦଶକ, ସିନେ ସମୀକ୍ଷକ, ପ୍ରଚାର ଓ ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ ତଥା ୱାଇଫ ଚଳଚ୍ଚିିତ୍ରର ସମସ୍ତ କ୍ରିଉ ଏକାଠି ଦେଖିଥିଲେ । ଚଳଚ୍ଚିିତ୍ରରେ ଭରପୁର ମନୋରଞ୍ଜନ ସହିତ ଅନେକ ଶିକ୍ଷଣୀୟ ସାମାଜିକ ବାର୍ତ୍ତା ରହିଛି । ଯାହା ଦର୍ଶକ ନିଜ ଜୀବନ ସହିତ ସଂଯୋଗ କରିପାରିବେ । ଚଳଚ୍ଚିିତ୍ରକୁ ନିଦେ୍ର୍ଦଶନା ଦେଇଛନ୍ତି ସୁଧାକର ବସନ୍ତ । ସଂଳାପ ଲେଖିଛନ୍ତି ବିଜୟ ମଲ୍ଲ । ସଙ୍ଗୀତ ନିଦେ୍ର୍ଦଶନା ମଳୟ ମିଶ୍ର, ଗୀତ ରଚନା କରିଛନ୍ତି ବିଜୟ ମଲ୍ଲ ଏବଂ ଅରୁଣ ମନ୍ତ୍ରୀ । କଣ୍ଠଦାନ କରିଛନ୍ତି ଇରା ମହାନ୍ତି, ହୁ୍ୟମାନ ସାଗର ଏବଂ ସତ୍ୟଜିତ ପ୍ରଧାନ । ମୋଟ ୪ଟି ଗୀତ ବେଶ ଶୃତି ମଧୁର ଓ ମେଲୋଡିଅସ୍ ହୋଇଛି । ତେବେ ନାରୀର ଏହି ଅକୁହା ଯାତ୍ରାର ସ୍ପେସିଆଲ୍ ସ୍କ୍ରିନିଂ ଦେଖି ଉପସ୍ଥିତ ସମସ୍ତ ଦର୍ଶକ ବହୁତ ପ୍ରଶଂସା କରିଛନ୍ତି ଏବଂ ଏହା ଆସନ୍ତା ଜାନୁଆରୀ ୩ ତାରିଖରେ ବଡପରଦାରେ ପ୍ରେକ୍ଷାଳୟରେ ଦେଖିବାକୁ ଅନୁରୋଧ କରିଛନ୍ତି ।