ବିବାହ କଲେ ଜଲିଉଡ ଯୋଡ଼ି

ଭୁବନେଶ୍ୱର : ବିବାହ ବନ୍ଧନରେ ଆବଦ୍ଧହେଲେ ଜଲିଉଡ ସେଲିବ୍ରିଟି ଯୋଡ଼ି। ଅଭିନେତା ରୁଦ୍ର ମିଶ୍ର ଓ ଅଭିନେତ୍ରୀ ସ୍ମରଣିକା ପ୍ରିୟଦର୍ଶିନୀ ନିରାଡମ୍ବରରେ ବିବାହ କରିଛନ୍ତି। ନିରାଡମ୍ବର ଭାବେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ଯାତ୍ରା ଚଣ୍ଡାଶୋକରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା। ତେବେ ଚର୍ଚ୍ଚା ହେଉଛି ସାକ୍ଷୀଗୋପାଳ ଅଞ୍ଚଳରେ ନାଟକ ଚାଲିଥିବା ବେଳେ କିଛି ସିନ୍‌ ପୂର୍ବରୁ ଉଭୟ ଫେରାର ହୋଇଯାଇଥିଲେ। ଏ ନେଇ ସ୍ମରଣିକାଙ୍କ ଘର ଲୋକ ଥାନାରେ ଅଭିଯୋଗ କରିଥିଲେ। ହେଲେ ଉଭୟ ପ୍ରାପ୍ତ ବୟସ୍କ ହୋଇଥିବାରୁ ଏହା ଏକ ଅପହରଣ ନୁହେଁ ବୋଲି କୁହାଯାଇଥିଲା। ପରେ ଭୁବନେଶ୍ୱରରେ ବିବାହ କରିଥିଲେ।