ଖୁବ୍ଶୀଘ୍ର ଲାଗୁହେବ ନୂଆ ଅବକାରୀ ନୀତି

ଭୁବନେଶ୍ୱର : ରାଜ୍ୟରେ ଖୁବ୍ଶୀଘ୍ର ଲାଗୁହେବ ନୂଆ ଅବକାରୀ ନୀତି। ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଜୁନ୍ ୧୫ରୁ ୨୬ ଭିତରେ ଏହି ନୂଆ ଆଇନ ଆସିବ ସୂଚନା ଦେଇଛନ୍ତି। ବରିଷ୍ଠ ଅଧିକାରୀମାନେ ଏନେଇ ସମୀକ୍ଷା କରୁଛନ୍ତି। ଆନ୍ଧ୍ର ସମେତ ବିଭିନ୍ନ ରାଜ୍ୟକୁ ଯାଇ ଅନୁଧ୍ୟାନ କରୁଛନ୍ତି।