ବଦଳିଲା ନବୀନଙ୍କ ପ୍ରୋଫାଇଲ୍

ବଦଳିଲା ନବୀନଙ୍କ ପ୍ରୋଫାଇଲ୍

ଭୁବନେଶ୍ୱର: ବଦଳିଲା ନବୀନ ପଟ୍ଟନାୟକଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ୍ । ପ୍ରୋଫାଇଲରେ ରହିଛି ବିଜେଡି ସଭାପତି । ଏକ୍ସ ଏବଂ ଇନଷ୍ଟାଗ୍ରାମରେ ପ୍ରୋଫାଇଲ ଷ୍ଟାଟସ ବଦଳାଇଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀଭାବେ ପ୍ରୋଫାଇଲ ରହିଥିଲା । ମାତ୍ର ଏବେ ବିଜେଡି ସଭାପତି ଭାବେ ପ୍ରୋଫାଇଲ ଅପଡେଟ ହୋଇଛି ।

ଅନ୍ୟପକ୍ଷରେ ନବୀନ ନିବାସ ଯିବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶପଥଗ୍ରହଣ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ମୋହନ ମାଝୀ । ସୌଜନ୍ୟମୂଳକ ସାକ୍ଷାତ ପାଇଁ ମୋହନ ମାଝୀ ନବୀନ ନିବାସ ଯିବେ ବୋଲି ସୂଚନା ମିଳିଛି ।

ଆଜି ଅପରାହ୍ନ ୪ଟା ୪୫ରେ ମୋହନ ମାଝୀ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବେ । କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ଆଜି ସେ ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିବେ। ଏଥିଲାଗି ଭୁବନେଶ୍ୱର ଜନତା ମଇଦାନରେ ହୋଇଛି ଭବ୍ୟ ଆୟୋଜନ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଆୟୋଜିତ ହେବ ଶପଥ ଗ୍ରହଣ ଉତ୍ସବ।