ବର୍ଷକୁ କେନ୍ଦୁଝର ଦେଉଛି ୨୦ ହଜାର କୋଟି

ଭୁବନେଶ୍ୱର: ରାଜ୍ୟର କେନ୍ଦୁଝରରେ କାର୍ଯ୍ୟକ୍ଷମ ଥିବା ଖଣି ଦେଉଛି ଅଧିକ ଲାଭ । ଅନ୍ୟ ଜିଲ୍ଲା ଅପେକ୍ଷା କେନ୍ଦୁଝର ଜିଲ୍ଲା ରାଜକୋଷକୁ ଅଧିକ ରାଜସ୍ୱ ଯୋଗାଇ ଦେଉଛି । ଜିଲ୍ଲାରୁ ଖଣି ରୟାଲଟି ଓ ପ୍ରିମିୟମ ବାବଦକୁ ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରାୟ ୨୦ ହଜାର କୋଟି ଟଙ୍କାର ରାଜସ୍ୱ ଆଦାୟ କରାଯାଇଛି । ଚଳିତ ୨୦୨୪-୨୫ ଅକ୍ଟୋବର ଶେଷ ସୁଦ୍ଧା ଗତବର୍ଷର ଅଧା ଅର୍ଥାତ୍ ୧୦ ହଜାର କୋଟିରୁ ଊଦ୍ଧ୍ୱର୍ ଟଙ୍କାର ରାଜସ୍ୱ ଆଦାୟ ହୋଇଛି । ଗୁରୁବାର ଗୃହରେ ବିଧାୟକ ସନାତନ ମହାକୁଡ଼ଙ୍କ ଖଣି ରୟାଲଟି ଓ ଖଣି ପ୍ରିମିୟମ୍ ବାବଦରେ କେତେ ରାଜସ୍ୱ ଆଦାୟ ହୋଇଛି ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି  ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
ଏହାସହ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ, କେନ୍ଦୁଝର ଜିଲ୍ଲାରେ ଅଦ୍ୟାବଧି ୪୧ଟି ଖଣି କାର୍ଯ୍ୟକ୍ଷମ ହୋଇଛି । ସେଥିରୁ ୧୦ଟି ଖଣି ଲିଜ ଓ ନିଲାମ ପ୍ରକ୍ରିୟାରେ ପ୍ରଦାନ କରାଯାଇଛି ଓ ୩୧ ଟି ଖଣି ଲିଜ୍ ସୂତ୍ରରେ ପ୍ରଦାନ କରାଯାଇଛି ।