୩ ବର୍ଷରେ ୧.୨୨ଲକ୍ଷ ଇଭି ପଞ୍ଜୀକୃତ

 ଭୁବନେଶ୍ୱର: ରାଜ୍ୟରେ ବୈଦୁ୍ୟତିକ ଯାନ ଚଳାଚଳକୁ ପ୍ରୋତ୍ସାହିତ କରୁଛନ୍ତି ରାଜ୍ୟ ସରକାର । ଏଥିପାଇଁ ରାଜ୍ୟରେ ମୋଟର ଯାନ ପରିବର୍ତ୍ତେ  ବୈଦୁ୍ୟତିକ ଯାନକୁ ଅଗ୍ରାଧିକାର ଦିଆଯାଉଛି । ତେବେ ବିଗତ ୩ ବର୍ଷରେ ରାଜ୍ୟରେ ୧୨୨୫୯୦ଟି ବୈଦୁ୍ୟତିକ ଯାନ ପଞ୍ଜୀକୃତ ହୋଇଛି । ଏହାରି ମଧ୍ୟରୁ ୨୦୨୪-୨୫ ଆର୍ଥିକ ବର୍ଷରେ ୨୪ ନଭେମ୍ବର ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁଯାୟୀ ଯାତ୍ରୀବାହି ଭାରୀଯାନ ୫୯ଟି, ହାଲୁକା ମୋଟର ଯାନ୯୯୩ଟି, ୩ ଚକିଆ ଯାନ (ପରିବହନ) ୩୬୫୮ଟି, ଦୁଇ ଚକିଆ ଯାନ ୨୩୦୧୮ଟି ଭଳି ଅନ୍ୟ ବର୍ଗର ବୈଦୁ୍ୟତିକ ଯାନ ବ୍ୟବହୃତ ହେଉଛି । ବିଧାୟିକା ସୁବାସିନୀ ଜେନାଙ୍କ ବିଗତ ୩ ବର୍ଷରେ ରାଜ୍ୟରେ କେତେ ସଂଖ୍ୟକ ବୈଦୁ୍ୟତିକ ଯାନ ବ୍ୟବହାର ହେଉଛି ପ୍ରଶ୍ନର ଉତ୍ତର ଦେଇ ପ୍ରକାଶ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।