ମହତାବଙ୍କ ବିସ୍ଫୋରକ ବୟାନ : ବହୁ ଆଗରୁ ପ୍ରଶାସନକୁ ସତର୍କ କରାଇଥିଲି
ଭୁବନେଶ୍ୱର : କଟକ ଏବେ ଅଶାନ୍ତ ହୋଇପଡ଼ିଛି । ୩୬ ଘଣ୍ଟିଆ କର୍ଫ୍ୟୁ ବଳବତ୍ତର ଥିବାବେଳେ ଇଣ୍ଟରନେଟ ସେବା ଉପରେ କଟକଣା ବି ଆଉ ୨୪ ଘଣ୍ଟା ବଢ଼ିଛି । ଏନେଇ କଟକ ସାଂସଦ ଭର୍ତ୍ତୃହରି ମହତାବ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତିଯେ, କିଛି ଅସାମାଜିକ ତତ୍ତ୍ୱ ଜେଲରୁ ମୁକୁଳିଥିଲେ । ବଦମାସୀ କିଛି ଲୋକଙ୍କର ଅଭ୍ୟାସ ଅଛି । ସେମାନଙ୍କୁ ଚିହ୍ନଟ କରିବା ଦରକାର ଥିଲା । ଏନେଇ ମୁଁ ସରକାରଙ୍କୁ ଜଣାଇଥିଲି । ଯେଉଁମାନେ ଜେଲରୁ ଆସିଛନ୍ତି ସେମାନଙ୍କୁ ଗୋଳମାଳ କରିବା ପାଇଁ କିଛି ଲୋକ ଉସକାଉଥିଲେ । ମୋ ପାଖରେ ଯାହା ଖବର ଥିଲା ମୁଁ ସେହି ସୂଚନା ଦେଇଥିଲି ।