ମାଙ୍କଡ଼ କାମୁଡ଼ାରେ ଗ୍ରାମବାସୀ ଆତଙ୍କିତ : ୧୦ ଆହତ, ୨ ଗୁରୁତର
ଲୋକଙ୍କୁ ଗୋଡ଼ାଇ କାମୁଡ଼ୁଛି ମାଙ୍କଡ଼ । ଏଥିରେ ଭୟଭୀତ ହୋଇ ପଡ଼ିଥିବା ଲୋକେ ଘର ତାଟି କବାଟ ବି ଖୋଲୁ ନାହାନ୍ତି। ମାଙ୍କଡ଼ କାମୁଡ଼ାରେ ୧୦ରୁ ଅଧିକ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଏହି ଘଟଣା ଯୋଗୁ ସମଗ୍ର ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏପରି ଏକ ଘଟଣା ଭଦ୍ରକ ଜିଲ୍ଲା ଖଡିପଦା ପଞ୍ଚାୟତର ଦକ୍ଷିଣକୁରୁଆ ଗାଁରେ ଘଟିଛି।
ଦକ୍ଷିଣକୁରୁଆ ଗାଁରେ ମାଙ୍କଡ଼ ଉପଦ୍ରବ ପ୍ରବଳ ହୋଇଥିବା ବେଳେ ସେମାନଙ୍କ କାମୁଡ଼ାରେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୩ ଜଣ ମହିଳା ଯାଜପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଗୁରୁତର ଅନ୍ୟ ୨ ମହିଳାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମାଙ୍କଡ଼ ଆକ୍ରମଣ ପାଇଁ ଗାଁର ମହିଳାମାନଙ୍କ ଠାରୁ ଆରମ୍ଭ କରି ପିଲାମାନେ ଘରୁ ବାହାରି ପାରୁ ନାହାନ୍ତି ।mnମାଙ୍କଡ଼ ଉତ୍ପାତ ଯୋଗୁ ଗ୍ରାମବାସୀମାନେ ଠେଙ୍ଗା,ବାଡି ଧରି ମାଙ୍କଡ ଘୋଡାଇବା ପାଇଁ ଉଦ୍ୟମ କରୁଛନ୍ତି।