ରାଜ୍ୟସଭା ଉପ-ନିର୍ବାଚନ ବିଜେପିରୁ ସୁଜିତଙ୍କ ପ୍ରାର୍ଥôପତ୍ର ଦାଖଲ

 ଭୁବନେଶ୍ୱର:  ରାଜ୍ୟସଭା ଉପନିର୍ବାଚନ ଲାଗି ବିଜେପି ପ୍ରାର୍ଥୀ ଭାବେ ସୁଜିତ କୁମାର ପ୍ରାର୍ଥôପତ୍ର ଦାଖଲ କରିଛନ୍ତି । ନାମାଙ୍କନ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ୩୦ଜଣ ବିଧାୟକ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ରହିଥିଲେ । ଆଜି ବିଜେପି ସଂସଦୀୟ ବୋର୍ଡ କମିଟି ରାଜ୍ୟସଭା ଉପନିର୍ବାଚନ ପ୍ରାର୍ଥୀ ଭାବେ ସୁଜିତ କୁମାରଙ୍କ ନାଁରେ ମୋହର ମାରିଥିଲା ।  ଏନେଇ ଦଳର ବରିଷ୍ଠ ନେତା ପ୍ରଦୀପ୍ତ ନାୟକ ସୂଚନା ଦେଇଥିଲେ । ଅନ୍ୟପଟେ ଆଜି ପୂର୍ବାହ୍ନରେ ସୁଜିତ କୁମାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ସଭାପତି ମନମୋହନ ସାମଲଙ୍କୁ ଭେଟିଥିଲେ । ତାପରେ ସେ ବିଧାନସଭାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହହ ସାକ୍ଷାତ ଆଲୋଚନା କରିଥିଲେ । ସୁଜିତଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖରେ ଶେଷ ହେବାକୁ ଥିବାବେଳେ ସେ  ଗତ ସେପ୍ଟେମ୍ବର ୬ ତାରିଖରେ ରାଜ୍ୟସଭା ସାଂସଦ ଓ ବିଜେଡିରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ବିଜେପିରେ ଯୋଗ ଦେଇଥିଲେ ।   ପୂର୍ବରୁ ମମତା ମହନ୍ତ ମଧ୍ୟ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ସହ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ । ଏହାପରେ ବିଜେପି ତାଙ୍କୁ ପୁଣି ରାଜ୍ୟସଭାକୁ ପଠାଇଥିଲା । ସୁଜିତ କୁମାର ବି ସେହି ସମାନ ପନ୍ଥା ଆପଣାଇଥିଲେ । ସାଂସଦ ପଦରୁ ଇସ୍ତଫା ଦେବା ପରେ ଦିଲ୍ଲୀରେ ବିଜେପିରେ ଯୋଗଦେଇଥିଲେ । ତେଣୁ ବିଜେପି ସୁଜିତ କୁମାରଙ୍କୁ ପୁଣି ରାଜ୍ୟସଭାକୁ ପଠାଇବ ନା ଦଳର ଆଉ କେଉଁ ନେତାଙ୍କୁ ପଠାଇବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ମାତ୍ର ଦଳ ସୁଜିତ କୁମାରଙ୍କ ନାଁରେ ଶେଷରେ ମୋହର ମାରିଛି ।
ଆସନ୍ତା  ୨୦ତାରିଖରେ ୪ଟି ରାଜ୍ୟରେ ଖାଲି ପଡିଥିବା ୬ଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ । ଏନେଇ ଭାରତ ନିର୍ବାଚନ କମିଶନ ଆଜି କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ଏଥିରେ ଓଡିଶାର ଗୋଟିଏ ଆସନ ପାଇଁ ଉପନିର୍ବାଚନ ହେବ । ଆସନ୍ତା ୨୦ ତାରିଖରେ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ପାଇଁ ଡିସେମ୍ବର ୩ରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୧୦ ତାରିଖ ନାମାଙ୍କନର ଶେଷ ତାରିଖ ରହିଛି । ୧୧ରେ ନାମାଙ୍କନ ଯାଞ୍ଚ ଓ ୧୩ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି ।