ଅଟକି ଯାଇଛି ମୌସୁମୀ: ବହୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଅଟକି ଯାଇଛି ମୌସୁମୀ: ବହୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ


 ନୂଆଦିଲ୍ଲୀ:  ଜୁନ୍ ୧୦ ବଦଳରେ ମେ’ ୨୮ରେ ଦକ୍ଷିଣ ଓଡ଼ିଶାରେ ପହଁଚିଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ  । ତା’ ପରଦିନ ଆଉ ପାଦେ ଆଗେଇ ଭବାନୀପାଟଣା ଓ ପୁରୀ ଛୁଇଁଥିଲା  । ସେବେଠାରୁ ଏଯାବତ୍ ମୌସୁମୀ ଯେଉଁଠି ଥିଲା ସେଇଠି ହିଁ ରହିଛି  । ମୌସୁମୀ ସକ୍ରିୟ ନଥିଲେବି ସାରା ରାଜ୍ୟରେ ସ୍ୱାଭାବିକ ଠାରୁ ପ୍ରବଳ ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି  । ମୌସୁମୀ ବର୍ଷା ଥମି ଯାଇଛି ସତ କିନ୍ତୁ ଲଘୁଚାପ ଓ କାଳବୈଶାଖୀ ବର୍ଷା ରାଜ୍ୟକୁ ଭିଜାଇ ଦେଇଛି  । ଅପରପକ୍ଷରେ ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, କଟକ, ଗଜପତି ଓ ଗଞ୍ଜାମର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ିି ସହ ୪୦ରୁ ୫୦ କିମି ବେଗରେ ଝଟକା ପବନ ବହିବ  । ସେପଟେ ଯାଜପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନାଗିରିର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ଝଟକା ପବନ ବହିବାର ସମ୍ଭାବନା ରହିଛି  । ଏହାଛଡ଼ା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଉଷ୍ମ ଓ ଆର୍ଦ୍ର ଅବସ୍ଥା ହେବାର ସମ୍ଭାବନା ଅଛି  । ଏତଦବ୍ୟତୀତ ଜୁନ୍ ୭ରେ ପାଗ ଉଷ୍ମ ଓ ଶୁଖିଲା ରହିବାର ଥିବାରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି  ।