ସଡ଼କ ଦୁର୍ଘଟଣା; ବର୍ଷକରେ ୨୬୬ଙ୍କ ମୃତୁ୍ୟ
ସଡ଼କ ସୁରକ୍ଷା ଜୀବନ ରକ୍ଷା । କିନ୍ତୁ ସଡ଼କ ସୁରକ୍ଷା ଏବଂ ଜୀବନ ରକ୍ଷା କେବଳ ପ୍ରଚାର ପ୍ରସାରରେ ସିମିତ ରହିଛି । ସଡ଼କ ଯେତେ ଚଉଡ଼ା ହେଲେ ବି ଦୁର୍ଘଟଣା ଘଟୁଛି, ଆଉ ଜୀବନ ବି ଯାଉଛି । ଏକଥା ଆମେ କହୁନୁ ଆଂଚଳିକ ପରିବହନ ପ୍ରାଧିକରଣ ଆନୁକୁଲ୍ୟରେ ଜିଲା ସଡ଼କ ସୁରକ୍ଷା କମିଟି ବୈଠକରେ ଉପସ୍ଥାପିତ ତଥ୍ୟ କହୁଛି । ବୈଠକର ତଥ୍ୟ ମତେ୨୦୨୩ ମସିହାରେ ରାସ୍ତା ଦୁର୍ଘଟଣାରେ ୪୯୩ ଜଣ ଆହତ ହୋଇଥିବା ବେଳେ ୨୪୪ଜଣ ମୃତୁ୍ୟ ବରଣ କରିଥିଲେ । ୨୦୨୪ ମସିହାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୪୯୪ ଜଣ ଥିବା ବେଳେ ୨୬୬ଜଣ ମୃତୁ୍ୟବରଣ କରିଛନ୍ତି । ଯାହା ଉଦବେଗ ଜନକଛଡ଼ା ଆଉ କିଛି ନୁହେଁ । ରାସ୍ତାର ଅବସ୍ଥା ମଦପିଇ ଗାଡ଼ି ଚଳାଇବା, ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବା, ନାବାଳକ ଗାଡ଼ି ଚଳାଇବା ରାସ୍ତା ଦୁର୍ଘଟଣାର ପ୍ରଥମ କାରଣ ବୋଲ କୁହାଯାଇଛି । ବୈଠକରେ ଅଧ୍ୟକ୍ଷତା କରି ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ କହିଲେ ଆଗାମୀ ଜାନୁଆରୀ ୧ତାରିଖ ଠାରୁ ସଡ଼କ ସୁରକ୍ଷା ମାସ ପାଳନ କଥା କହିବା ସହ ରାସ୍ତାରେ ଥିବା ପଟ୍ ହୋଲ ମରାମତି କରିବା, ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଏନ୍ଏଚ୍ଏଆଇ ଓ ରାସ୍ତା ଓ ଗୃହ ବିଭାଗ କର୍ତୃପକ୍ଷଙ୍କୁ ନିଦେ୍ର୍ଦଶ ଦେଇଥିଲେ । ମଦ୍ୟପାନ କରି ଗାଡ଼ି ଚଳାଇବା, ହେଲମେଟ ଓ ସିଟ୍ ବେଲ୍ଟ୍ ପରିଧାନ ନକରିବା, ୨ ଚକିଆ ଯାନରେ ୩ଜଣ ବସି ଗାଡ଼ି ଚଳାଇବା ଦୁର୍ଘଟଣାର ପ୍ରମୁଖ କାରଣ । ତେଣୁ ଉଭୟ ପୁଲିସ ଓ ପରିବହନ ବିଭାଗ ଏଥିପ୍ରତି ବିଶେଷ ଧ୍ୟାନଦେଇ ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବା ବ୍ୟକ୍ତିମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଓଭରଲୋଡ଼ିଂ, ଗାଡ଼ିର ଫିଟନେସ, ଅବୈଧ ପାର୍କିଂ, ଭୁଲ ସାଇଡ୍ରେ ଡ୍ରାଇଭିଂ, ଇଣ୍ଡିକେଟର ଲାଇଟ୍, ବ୍ୟାକ ଲାଇଟ୍, ଟାୟାର କଣ୍ଡିସନ୍, ଇତ୍ୟାଦି ତନଖି କରିବାକୁ ପରିବହନ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଚଣ୍ଡିଖୋଲରୁ ଡ଼ୁବୁରୀ ରାସ୍ତା ପାଣିକୋଇଲିରୁ ବ୍ୟାସନଗର ଏବଂ ଚଣ୍ଡିଖୋଲରୁ ପାରାଦୀପ ରାସ୍ତାରେ ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ତାରିଖ ସୁଦ୍ଧା ଶେଷ କରିବାକୁ ରୋଡ ଏଜେନ୍ସୀ ମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ରାସ୍ତାରେ ସାଇନେଜ ଲଗାଇବା, ବ୍ଲାକ ସ୍ପଟ୍ ଚିହ୍ନଟ କରିବା, ଆର.ଟି.ଓ ଓ ତହସିଲଦାରମାନେ ଯୁଗ୍ମ ପରିଦର୍ଶନ କରି ଅନଧିକାର ଦଖଲ ହଟାଇବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ । ରାସ୍ତା କାମ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ କରିବା, ଯାଜପୁର ଟାଉନ ଓ ବ୍ୟାସନଗର ସହରରୁ ରାସ୍ତା ଉପରେ ବସିଥିବା ଦୋକାନୀଙ୍କୁ ହଟାଇବା ପାଇଁ ତହସିଲଦାର ମାନେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ବୈଠକରେ ଯୋଗଦେଇ ଆରକ୍ଷୀ ଅଧିକ୍ଷକ ୟଶପ୍ରତାପ ଶ୍ରୀମାଲ କହିଲେ ଚଣ୍ଡିଖୋଲ, ଛତିଆ, କୁଆଖିଆ, ଜାରକା ଓ ପାଣିକୋଇଲି ଅଂଚଳରେ ରାସ୍ତା ଜବର୍ ଦଖଲ ହଟାଇବା ଓ ଅବୈଧ ଗାଡ଼ି ପାର୍କିଂ ଯୋଗୁ ଦୁର୍ଘଟଣା ବୃଦ୍ଧି ପାଇଛି । ତହସିଲଦାରମାନଙ୍କ ସହାୟତାରେ ଜବର ଦଖଲ ହଟାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ସଡ଼କସୁରକ୍ଷା ମାସରେ ଡ଼୍ରାଇଭର ମାନଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର, ଚକ୍ଷୁ ପରୀକ୍ଷା ଶିବିର ମାନ ଆୟୋଜନ ହେବ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶୁଭେନ୍ଦ୍ର କୁମାର ସାମଲ, କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସପନ କୁମାର ନନ୍ଦ, ଚଣ୍ଡିଖୋଲ ଓ ଯାଜପୁର ଆଂଚଳିକ ପରିବହନ ଅଧିକାରୀ, ଏନ୍ଏଚ୍ଏଆଇ, କର୍ତୃପକ୍ଷ ଅଧିକ୍ଷଣ ଯନ୍ତ୍ରୀ, ରାସ୍ତା ଓ କୋଠାବାଡ଼ି, ତହସିଲଦାର, ଦର୍ପଣ, ରସୁଲପୁର, ଯାଜପୁର, ଧର୍ମଶାଳା ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ନୀଳକଣ୍ଠ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ୍ ଦେବା ସହ ମିଳିତ ଭାବେ ଦୁର୍ଘଟଣାର ନିରାକରଣ ଲାଗି ସମସ୍ତଙ୍କ ସହଯୋଗ କାମନା କରିଥିଲେ ।