ନିଜ ମା’ ସହ ୧୨ ଜଣଙ୍କୁ ବିଷ ଦେଇ ମାରିଥିଲା ଅଭିଯୁକ୍ତ, ଏବେ ପୁଲିସ୍ ହେପାଜତରେ ଆଖି ବୁଜିଲା
ଗୁଜରାଟର ଅହମଦାବାଦରୁ ଆସିଛି ସାଂଘାତିକ ଖବର। ଗୁଣି ଗାରେଡ଼ି କରୁଥିବା ନାଭାଲ ସିଂହ ଚାୱାଡା ସମ୍ପର୍କରେ ପୁଲିସ୍କୁ ମିଳିଛି ଚକିତ କରିବା ଭଳି ତଥ୍ୟ। ପୁଲିସ୍ ତଦନ୍ତ ବେଳେ ତା’ ଠିକଣାରୁ ମିଳିଛି ଏକାଧିକ ନରକଙ୍କାଳ। ନିଜ ଜେଜେ ମା’, ଜନ୍ମ କଲା ମା’ ଓ ଦାଦାଙ୍କ ସମେତ ୧୨ ଜଣଙ୍କୁ ହତ୍ୟା କରିଥିବା ନାଭାଲ ସିଂହ ନିକଟରେ ପୁଲିସ୍ ହେପାଜତରେ ପ୍ରାଣ ହରାଇଛି।
ଅଭିଯୁକ୍ତ ନାଭାଲ ସିଂହ ୨୦୧୦ରେ ବୟସ ଜନିତ ରୋଗରେ ପଡ଼ିଥିବା ନିଜର ଜେଜେ ମା’ ମାଙ୍ଗୁ ବାନିଆଙ୍କୁ ହତ୍ୟା କରିଥିଲା। ଜେଜେ ମା’ ରୋଗରେ ପଡ଼ିଥିବାରୁ ସେ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁ ନଥିଲା। ଏଥିପାଇଁ ସେ ସେ ପାଣିରେ ବିଷ ମିଶାଇ ତାଙ୍କୁ ପିଆଇ ଦେଇଥିଲା। ଏଥିଯୋଗୁ ମାଙ୍ଗୁଙ୍କ ମୃତ୍ୟୁ ହୋଇଥିଲା।ନାଭାଲ ସିଂହ ତା’ ମା’ ସରୋଜଙ୍କୁ ମଧ୍ୟ ୯ ମାସ ତଳେ ସମାନ ଢଙ୍ଗରେ ହତ୍ୟା କରିଥିଲା। ସରୋଜ ରୋଗରେ ପଡ଼ିଥିବା ବେଳେ ନାଭାଲ ସିଂହ ସବୁବେଳେ ତାଙ୍କ ସହ ଝଗଡ଼ା କରୁଥିଲା। ଏହାପରେ ତାଙ୍କୁ ମଧ୍ୟ ବିଷ ଦେଇ ମାରି ଦେଇଥିଲା। ଚଳିତ ବର୍ଷ ଜାନୁଆରୀ ମାସରେ ଦାଦା ସୁରା ଚାୱଡା ମଧ୍ୟ ଅସୁସ୍ଥ ହେବାରୁ ତାଙ୍କ ଜୀବନ ମଧ୍ୟ ନାଭାଲ ସିଂହ ନେଇଥିଲା। ଦାଦା ଅସୁସ୍ଥ ହୋଇପଡ଼ିବାରୁ ପ୍ରାଥମିକ ଅବସ୍ଥାରେ ସେ କିଛି ଟଙ୍କା ଖର୍ଚ୍ଚ କରିଥିଲେ। କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେ ତାଙ୍କୁ ପାଣିରେ ବିଷ ମିଶାଇ ପିଆଇ ଦେଇଥିଲା।