ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା
ବୈଶିଙ୍ଗା: ବୈଶିଙ୍ଗା ଥାନା ଅନ୍ତର୍ଗତ ନାଖରା ନିକଟସ୍ଥ ଉତ୍ତରପାଳ ଗ୍ରାମରେ ଜନୈକ ବ୍ୟକ୍ତିଙ୍କର ଆଜି ବାରିପଦା ଡ଼ାକ୍ତରଖାନାରେ ମୃତୁ୍ୟ ହୋଇଥିବା ଜଣାପଡ଼ିଛି । ଖବରରୁ ପ୍ରକାଶ ଏହି ଥାନା ଅଧିନ ଉତ୍ତରପାଳ ଗ୍ରାମର ରମେଶ ସିଂଙ୍କ ପୁଅ ହେମେନ୍ଦ୍ର ସିଂ (୪୦) ଗତ ମଙ୍ଗଳବାର ଦିନ ଘରୋଇ ଝଗଡା କାରଣରୁ ବିଷ ପିଇ ଦେଇଥିଲେ । ପରିବାର ଲୋକେ ସଙ୍ଗେ ସଙ୍ଗେ ମାଣତ୍ରୀ ଡାକ୍ତରଖାନା ନେଇ ପ୍ରାଥମିକ ଚିକିସôା ପରେ ବାରିପଦା ମୁଖ୍ୟ ଡାକ୍ତରଖାନା ନେଇ ଯାଇଥିଲେ । ସେଠାରେ ଚିକିସôାଧିନ ଥିବା ସମୟରେ ଶନିବାର ତାଙ୍କର ମୃତୁ୍ୟ ହୋଇଯାଇଥିଲା । ଏହାକୁ ନେଇ ବୈଶିଙ୍ଗା ଥାନା ଅନ୍ତର୍ଗତ ମାଣତ୍ରୀ ପୁଲିସ ଫାଣ୍ଡିରେ ଏତଲା ଦେବା ପରେ ଫାଣ୍ଡି ଅଧିକାରୀ ଲମ୍ବୋଦର ବାରିକ ବାରିପଦା ପହଞ୍ଚି ତଦନ୍ତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏ ନେଇ ବୈଶିଙ୍ଗା ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି । ବ୍ୟବଛେଦ ପରେ ପରିବାର ଲୋକେ ମହେନ୍ଦ୍ରଙ୍କ ମର ଶରୀରକୁ ଘରକୁ ଆଣି ଗ୍ରାମ ଶ୍ମଶାନରେ ଶେଷକୃତ୍ୟ କରିଥିବା ଜଣାପଡ଼ିଛି ।