ଦୁଇ ବାଇକ ମୁହାଁମୁହିଁ : ଜଣେ ମୃତ, ୧ ଗୁରୁତର
ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଜାତୀୟ ରାଜପଥ ଡୁମରିପଦର ଛକରେ ଏକ ମର୍ମନ୍ତୁକ ଦୁର୍ଘଟଣା ଘଟିଛି । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ଜଣେ ଗୁରତର ହୋଇ ଚିକିସôାଧିନ ଅବସ୍ଥାରେ ଅଛନ୍ତି । ମୃତ ଜଣକ ହେଲେ ପାପଡାହାଣ୍ଡି ବ୍ଲକ ସେମଳା ପଞ୍ଚାୟତ ପଖନାଗୁଡା ଗ୍ରାମର ବଳଭଦ୍ର ମାଝୀ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ ମୃତ ବଳଭଦ୍ର ନିଜ ଗାଁରୁ କୌଣସି ଏକ କାମ ପାଇଁ ଯାଉଥିବା ସମୟରେ ବିପରୀତ ଦିଗରୁ ଆଉ ଏକ ଅନ୍ୟ ବାଇକ ଚାଳକ ଧକ୍କା ହୋଇଥିଲା । ଫଳରେ ଦୁଇ ଚାଳକ ଛିଟିକି ପଡ଼ିଥିଲେ । ଗ୍ରାମବାସୀ ଓ ପୁଲିସର ସହାୟତାରେ ପାପଡାହାଣ୍ଡି ମେଡ଼ିକାଲ ପଠାଯାଇଥିଲା । ଅଧିକ ଗୁରୁତର ହେବାରୁ ନବରଙ୍ଗପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ସମ୍ପର୍କୀୟ ଭାଇ ମୈଦଲପୁର ଥାନାରେ ଲିଖିତ ଅଭିଯୋଗ ପରେ ଲୋକେଶ କୁମାର ଭୋଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟ ବାଇକ ଚାଳକ ନବରଙ୍ଗପୁର ମେଡିକାଲରେ ଚିକିସôାଧିନ ରହିଥିବା ସୂଚନା ମିଳିଛି ।