ଅଧରାତିରେ ଷ୍ଟୁଡ଼ିଓ ମାଲିକଙ୍କୁ ବୀଭତ୍ସ ହତ୍ୟା

ବ୍ୟାସନଗର/ଦାନଗଦୀ:  ଯାଜପୁର ରୋଡ଼ ଥାନା ଅଂଚଳର ସୋବରାରେ ଘଟିଛି ବିଭସô ହତ୍ୟାକାଣ୍ଡ । ଅଧରାତିରେ ଜଣେ ଯୁବ ଷ୍ଟୁଡ଼ିଓ ମାଲିକଙ୍କୁ ଷ୍ଟୁଡ଼ିଓ ଭିତରେ ଧାରୁଆଅସ୍ତ୍ରରେ ହାଣି କରାଯାଇଛି ହତ୍ୟା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥ୍ାରେ ପୁଲିସ ମୃତ ଶରୀର ଜବଦ କରିଥିଲେ ହେଁ ହତ୍ୟାକାରୀ ସନ୍ଧାନରେ ଲାଗିଥିବା ସନ୍ଧାନି କୁକୁର ଟେର୍ ପାଇନି । ପୁଲିସ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି । ଖବର ମତେ ଖୋସାଲପୁରରୁ ରାଣୀପଡ଼ା ଯିବା ରାସ୍ତା କଡ଼ରେ ଓମ ଡିଜିଟାଲ ଫିଲ୍ମ ଷ୍ଟୁଡିଓର ଷ୍ଟୁଡ଼ିଓ କରିଥିବା ସୋବରା ଗ୍ରାମର ଧରଣୀ ସାହୁଙ୍କ ସାନ ପୁଅ ଦୀପକ(୨୬) ପ୍ରତ୍ୟେକ ଦିନ ପରି ଗତକାଲି ରାତିରେ ଘରୁ ଖାଇ ଆସି ଷ୍ଟୁଡ଼ିଓରେ ଶୋଇଥିଲେ । ହେଲେ ଆଜି ଭୋରୁ କିଛି ଲୋକ ଷ୍ଟୁଡ଼ିଓ ସଟର ଖୋଲା ଯାଇଥିବା ଦେଖି ସନେ୍ଦହ କରିଥିଲେ । ପାଖକୁ ଯାଇ ଦେଖିଲା ବେଳକୁ ସଟର ଭିତର କାଚ ଡୋର ଖୋଲା ଯାଇଥିବା ଆଉ ଭିତରେ ରକ୍ତର ସୁଅ ଭାସୁଥିବା ଦେଖିବାକୁ ପାଇଥିଲେ । କଥାଟି ନିମିଷକ ମଧ୍ୟରେ ବିଜୁଳି ବେଗରେ ପ୍ରଚାରିତ ହୋଇଗଲା । ହତ୍ୟା ସଂପର୍କରେ ଜାଣିନଥିବା ଦୀପକର ମାଆ ପାର୍ବତୀ ପୁଅକୁ ଚା’କରି ସାରି ଫୋନ କରିଥିଲେ ହେଁ ତାହା ସୁଇଚ ଅପ କହିବାକୁ ସେ ଷ୍ଟୁଡ଼ିଓରେ ଆସି ପହଁଚିଥିଲେ । ଘଟଣା ସ୍ଥଳରେ ପହଁଚି ଯାହା ଦେଖିଲେ ତାହା ତାଙ୍କୁ  ହତବାକ କରିଦେଇଥିଲା । ଖବର ପାଇ ପୁଲିସ ଘଟଣା ସ୍ଥ୍ଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲା । ଦୀପକ ଏକୁଟିଆ ଷ୍ଟୁଡ଼ିଓ ଭିତରେ ଶୋଇଥିବା ସମୟରେ କେହି ଦୁର୍ବୃତ ଏଭଳି ନାରକୀୟ କାଣ୍ଡ ଘଟାଇଥିବା ସ୍ପଷ୍ଟ ଜଣାପଡ଼ୁଥିଲେ ହେଁ କିଏ ଏବଂ କାହିଁକି ତାହା ଅସମାହିତ ପ୍ରଶ୍ନ ହୋଇପଡ଼ିଥିଲା । ଦୀପକର କାନମୂଳ ଓ କାନ୍ଧକୁ ଧାରୁଆଅସ୍ତ୍ରରେ ଆକ୍ରମଣ କରାଯାଇଥିବା ଦେଖିବାକୁ ମିଳିଥିବା କ୍ଷତ ଏବଂ ରକ୍ତସ୍ରାବରୁ ଜଣାପଡ଼ିଯାଉଛି । ତେବେ କିଏ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା  କହୁଥିବା ବେଳେ କେହି କେହି ଏହା ନିଶାଡ଼ି କାମ ତ ଆଉ କିଏ ଭିନ୍ନ କଥା କହୁଛି । ତେବେ ପୁଲିସ ସାଇଣ୍ଟିଫିକ ଟିମ ସହ ସନ୍ଧାନି କୁକୁରର ସହୟତାରେ ତଦନ୍ତ କରିଛି । ଏପଟେ ପୁିଲିସ ମୃତ ଦେହ ଉଦ୍ଧାର କରି ଦାନଗଦୀ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବ୍ୟବେଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି