ଅବସରପ୍ରାପ୍ତ କର୍ମଚାରୀ ସଂଘର୨୭ତମ ବାର୍ଷିକ ଉତ୍ସବ
ଧର୍ମଶାଳା: ଅବସରପ୍ରାପ୍ତ କର୍ମଚାରୀଙ୍କୁ ସଂଘର୨୭ତମ ବାର୍ଷିକ ଉତ୍ସବ ସଭାପତି ଆଶାତରୁ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ । ବକ୍ତା ଭାବେ ଶିଶୁ ସାହିତି୍ୟକ ଡ଼କ୍ଟର ରାଜକିଶୋର ପାଢ଼ୀ ଯୋଗଦେଇ କିଛି ଭଲକାମ ଅବସରପ୍ରାପ୍ତଙ୍କ ଲକ୍ଷ ହେବା ଉଚିତ ବୋଲି କହିଥିଲେ । ଜିଲା ସଂଘର ସଂଯୋଜକ ବିବେକାନନ୍ଦ ନାୟକ, ଜିଲା ସଂଘର ସଭାପତି ରବି ଶତପଥୀ, ରାଜ୍ୟ ସଂଘର କାର୍ଯ୍ୟକାରୀ ସଭାପତି ନିର୍ମଳ ଚନ୍ଦ୍ର ଦାସ ଓ ରାଜ୍ୟ ସଂଘର ମହାସଚିବ ଗୋକୁଳାନନ୍ଦ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଦେଇଥିଲେ । ଏହି ଅବସରରେ ସଂଘର ମୁଖପତ୍ର ‘ଅବସର ଜ୍ୟୋତି'କୁ ଅତିଥିମାନେ ଲୋକାର୍ପଣ କରିଥିଲେ । ସାମ୍ୱାଦିକ ତଥା ସ୍ତମ୍ଭକାର ବିଶ୍ୱନାଥ ସାମଲ ଓ ଅଧ୍ୟାପକ ତଥା ସମାଜସେବୀ ମନୋଜ କୁମାର ଧିର ଓ ବ୍ଲକରେ ମାଟ୍ରିକ ପରୀକ୍ଷାରେ ଅଧିକ ନମ୍ୱର ରଖି ଉତୀର୍ଣ୍ଣ ହୋଇଥିବା ଛାତ୍ରୀ ପ୍ରଣତୀ ମଣ୍ଡଳ ଓ ଛାତ୍ର ବରୁଣ କୁମାର କରଙ୍କୁ ସଂଘ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ସେହିପରି ସଂଘର ବର୍ଷୀୟାନ କାର୍ଯ୍ୟକର୍ତା ରନôାକର ନାୟକ, ବଳରାମ ମହାନ୍ତି, ତ୍ରୈଲୋକ୍ୟ ନାଥ, ଇନ୍ଦ୍ରମଣି ଜେନା, କ୍ଷେତ୍ରବାସୀ ସେଠୀ, ଆତ୍ମାରାମ ସୂତାର ଶେଷଦେବ ସୂତାର, ଗଦାଧର ଦାସ, ବସନ୍ତ କୁମାର ବିଶ୍ୱାଳ, ବାବାଜୀ ରଣା, ଅନନ୍ତ ଚରଣ ପଣ୍ଡା ପ୍ରମୁଖଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଙ୍ଘର ସାଧାରଣ ସଂପାଦକ ପ୍ରଫୁଲ୍ଲ କୁମାର ସ୍ୱାଇଁ ବିବରଣୀ ପାଠ କରିଥିଲେ । ଡ଼କ୍ଟର ପ୍ରଶାନ୍ତ କୁମାର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ଦେବତା ସ୍ୱାଗତ ଭାଷଣ ଦେଇଥିଲେ । ଅବସରପ୍ରାପ୍ତ ଶିକ୍ଷକ ପୁରୁଷୋତମ ଜେନା, ବିଭୂତି ଭୂଷଣ ପାଳ,ବ୍ରଜକିଶୋର ଦାଶ, ସୁନାକର ସାହୁ,ବିଜୟ ମିଶ୍ର, ପୀତବାସ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ସୁବାସ ଚନ୍ଦ୍ର ବେହେରା ଧନ୍ୟବାଦ ଦେଇଥିଲେ ।