ଖଇନି ପାଇଁ କାଟିଦେଲା ବାପାଙ୍କ ମୁଣ୍ଡ କଟା ମୁଣ୍ଡ ଧରି ଥାନାକୁ ଗଲା ପିଶାଚ ପୁଅ

ଖଇନି ପାଇଁ କାଟିଦେଲା ବାପାଙ୍କ ମୁଣ୍ଡ କଟା ମୁଣ୍ଡ ଧରି ଥାନାକୁ ଗଲା ପିଶାଚ ପୁଅ

ସ୍ୱତନ୍ତ୍ର ପ୍ରତିନିଧି ପ୍ରୟାଗ ରାଜ କର :  ଖଇନି ପାଇଁ ରାତି ଅଧରେ ବାପ ଓ ପୁଅଙ୍କ ମଧ୍ୟରେ ବଚସା ହେଲା । ସାଧାରଣ ଘଟଣାକୁ ନେଇ କଳି ହୋଇଥିଲେବି ପିଶାଚ ପୁଅର ନାରକୀୟ କାଣ୍ଡ ସମସ୍ତଙ୍କୁ ଚକିତ କରିଦେଇଛି  । ରାଗରେ ବାପାର ମୁଣ୍ଡ କାଟିଦେଇ ହତ୍ୟା କରିଦେଲା  । ଶେଷରେ କଟା ମୁଣ୍ଡ ସହ ଅଭିଯୁକ୍ତ ପୁଅ ଥାନାରେ ଆତ୍ମସମର୍ପଣ କରିଛି  ।
ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଚାନ୍ଦୁଆ ଗାଁରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି  । ବାପାର ମୁଣ୍ଡ କାଟି ପୁଅ ହତ୍ୟା କରିଛି  । ମୃତକ ହେଉଛନ୍ତି ଚାନ୍ଦୁଆ ଗାଁର ବାଇଧର ସିଂ  । ବାପାଙ୍କୁ ହତ୍ୟା କରିବା ପରେ କଟା ମୁଣ୍ଡକୁ ବ୍ୟାଗରେ ନେଇ ଥାନାକୁ ହତ୍ୟାକାରୀ ପୁଅ ଚାଲିଚାଲି ଯାଇଥିଲା  । ଅଭିଯୁକ୍ତ ପୁଅ ଶମ୍ଭୁନାଥ ସିଂ ଥାନାରେ ଆତ୍ମସମର୍ପଣ କରିବା ପରେ ପୁଲିସ୍ ଅଟକ ରଖି ତଦନ୍ତ ଆରମ୍ଭ କରିଛି  ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ବାଇଧର ଓ ତାଙ୍କ ପୁଅ ଶମ୍ଭୁନାଥଙ୍କ ମଧ୍ୟରେ ଖଇନିକୁ ନେଇ ଝଗଡ଼ା ହୋଇଥିଲା  । ପୂର୍ବରୁ ମଧ୍ୟ ସେମାନଙ୍କ ମଧ୍ୟରେ ପାରିବାରିକ ଅଶାନ୍ତି ରହିଥିଲା  । ଫଳରେ ଏହି ଛୋଟିଆ ଯୁକ୍ତିତର୍କ ଭୟଙ୍କର ରୂପ ଧାରଣ କରିଥିଲା  । ବିଳମ୍ୱିତ ରାତିରେ ବାପାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲା ଶମ୍ଭୁନାଥ  । ବାପାଙ୍କୁ ହତ୍ୟା କରି କଟା ମୁଣ୍ଡଙ୍କୁ ବ୍ୟାଗରେ ପୁରାଇ ଶମ୍ଭୁନାଥ ଥାନାକୁ ଚାଲିଚାଲି ଯାଇଥିଲା  । ପୁଲିସ କଟାମୁଣ୍ଡ, ଅସ୍ତ୍ରଶସ୍ତ୍ର ଜବତ କରିବା ସହ ଶମ୍ଭୁନାଥଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି  ।