କୁନାଲ କାମ୍ରାଙ୍କୁ ହତ୍ୟା ଧମକ

ଆପତ୍ତିଜନକ ଟିପ୍ପଣୀ ପାଇଁ  ମହାରାଷ୍ଟ୍ର ଉଠୁଛି ପଡୁଛି । ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ପରୋକ୍ଷରେ ଦେଶଦ୍ରୋହୀ କହିବା ଘଟଣାକୁ ନେଇ ତୁମ୍ବିତୋଫାନ ଦେଖାଦେଇଛି । ସେପଟେ କୁନାଲ କାମ୍ରାଙ୍କୁ ଏବେ ସୁଦ୍ଧା ୫ଶହ ଥରରୁ ଅଧିକ ଧମକ ମିଳିଥିବା ସେ ନିଜେ ପ୍ରକାଶ କରିଛନ୍ତି ।

ସିନ୍ଦେଙ୍କ ସମର୍ଥକମାନେ ତାଙ୍କୁ  ଖୁଲମଖୁଲା ଧମକ ଦେବା ସହ କମେଡିଆନଙ୍କୁ ଛଡାଯିବନି ବୋଲି ଚେତାବନୀ ଦେଇଛନ୍ତି । ସେପଟେ ମୁମ୍ବାଇରେ ନଥିବା କହି ପୁଲିସ ନିକଟରେ ହାଜର ହେବାକୁ ୭ଦିନର ସମୟ ମାଗିଛନ୍ତି କୁନାଲ ।  ବୁଧବାର କମେଡିଆନଙ୍କ ନାଁରେ ୩ଟି ଏଫଆଇଆର ରୁଜୁ କରାଯାଇଛି । ସେପଟେ ଘଟଣାକୁ ବେଶ୍ ଗୁରୁତ୍ବର ସହ ନେଇଛି ମହାୟୁତି ସରକାର ।ମଙ୍ଗଳବାର ରାତିରେ ଦୁଇ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାୱାର ଭେଟିଛନ୍ତି । ତେବେ ଅଜିତ କହିଛନ୍ତି ଏଭଳି ଭୁଲ କ୍ଷମା ଯୋଗ୍ୟ ନୁହେଁ, ଏହା ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।