ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ବାମୀ

ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ବାମୀ

 ସ୍ତ୍ରୀକୁ ନିର୍ମମ ଭାବେ ପଥରରେ ଛେଚି ଛେଚି ହତ୍ୟା କରିଛି ସ୍ବାମୀ । ଏତିକିରେ ବି ନିର୍ଦ୍ଦୟ ସ୍ବାମୀର ମନଶାନ୍ତି ହୋଇନି । ମୁଣ୍ଡକୁ ଛେଚିବା ସହ ଛାତିରେ ଛୁରା ଭୁଷି ଗଳାକାଟି ହତ୍ୟା କରିଛି । ଗଜପତି ଜିଲ୍ଲା ସେରଙ୍ଗ ଗାଇବା ଗାଁରେ ଘଟଣା ଘଟିଛି  । ମୃତ ମହିଳା ଜଣକ ହେଉଛନ୍ତି ମୋନିକା ପାଇକ । ଗତ ୫ ବର୍ଷ ତଳେ ମୋନିକା କେରଡ଼ାଗଡ଼ର ନରେନ୍ଦ୍ରଙ୍କୁ ବିବାହ କରିଥିଲେ । ଉଭୟେ ଶ୍ବଶୁର ଘରେ ଗାଇବା ଗ୍ରାମରେ ରହୁଥିଲେ । ସ୍ବାମୀ ନରେନ୍ଦ୍ର ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଗତ କିଛିଦିନ ହେଲା ଗାଁକୁ ଆସିଥିଲେ । ତାଙ୍କର ୩ ବର୍ଷର ଗୋଟିଏ ଝିଅ ଥିବା ବେଳେ ସ୍ତ୍ରୀ ଛୁଆକୁ ନେଇ ନିଜ ଗାଁ କେରେଡାଙ୍ଗକୁ ଯାଇଥିଲେ ସ୍ବାମୀ । ସେଠାରେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ପରେ ଆଜି ସକାଳୁ ପ୍ରାୟ ୩ଟା ସମୟରେ ସ୍ତ୍ରୀକୁ ଏଭଳି ହତ୍ୟା କରିଥିବା ଜଣାପଡ଼ିଛି । ହତ୍ୟା କାଣ୍ଡ ଘଟାଇ ଅଭିଯୁକ୍ତ ଫେରାର ହୋଇଯାଇଛି । ସେପଟେ ଖବର ପାଇ ସେରଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀର ଜବତ କରି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।