ମୁଣ୍ଡକୁ ଖଣ୍ଡାରେ ହାଣି ହତ୍ୟା କଲେ ଦୁର୍ବୁତ୍ତ


ଗତକାଲି ରାତିରେ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ପୁଣି ଏକ ମୁଣ୍ଡ ଗଡ଼ିଥିବା ଖବର ସାମ୍ନାକୁ ଆସିଛି । ଗୋଳନ୍ଥରା ଥାନା ଅନ୍ତର୍ଗତ ସିଙ୍ଗବାଡ଼ିରେ  ଦିଲ୍ଲୀପ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି ।