ସ୍ତ୍ରୀକୁ ପିଟିପିଟି ହତ୍ୟା
ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଖଇରା ଥାନା ଅସୁରିଆ ଗାଁରେ ସ୍ତ୍ରୀକୁ ପିଟିପିଟି ସ୍ବାମୀ ଅତି ନିର୍ଦ୍ଦୟ ଭାବେ ହତ୍ୟା କରିଛନ୍ତି। ମୃତକ ଜଣକ ହେଲେ କାଞ୍ଚନ ପରିଡ଼ା । ଅଭିଯୁକ୍ତ ସ୍ବାମୀ ରମାକାନ୍ତ ପରିଡ଼ାଙ୍କୁ ପୋଲିସ ଅଟକ ରଖି ତଦନ୍ତ କରୁଛି ।
ଅଭିଯୋଗ ଅନୁସାରେ ରମାକାନ୍ତ ବେଆଇନ ମଦ ବିକ୍ରି କରିବା ସହ ନିଶାରେ ସ୍ତ୍ରୀଙ୍କୁ ମାରପିଟ କରୁଥିଲେ । ଏପରିକି ଗାଁରେ ବିଭିନ୍ନ ସମୟରେ ଗଣ୍ଡଗୋଳ ମଧ୍ୟ କରୁଥିଲେ । ୭ ବର୍ଷ ତଳେ ଜଣେ ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା କରି ସେ ଜେଲ୍ ଯାଇଥିଲେ। ପରେ ଜାମିନରେ ଆସି ମଧ୍ୟ ଅନେକ ସମୟରେ ସେ ଅନ୍ୟମାନଙ୍କ ସହ ମାରପିଟ କରୁଥିଲେ ବୋଲି ପୁଲିସ୍ କହିଛି ।
ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ କୌଣସି କାରଣରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ସେ ହତ୍ୟା କରିଥିଲେ । ଗ୍ରାମବାସୀ ଏନେଇ ଥାନାରେ ସୂଚନା ଦେଇଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିୁଯୁକ୍ତକୁ ଅଟକ ରଖି ତଦନ୍ତ କରୁଛି ।