ସଡକ ଦୁର୍ଘଟଣା ୨ ମୃତ, ଜଣେ ଗୁରୁତର
ଚମ୍ପୁଆ : ଚମ୍ପୁଆ ଥାନା ଜାତୀୟ ରାଜପଥ ୫୨୦ ତଡୁଆବାହାଳ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଯାଇଛି । ଏକ ଅଜଣା ଟ୍ରକ ଧକ୍କାରେ ୩ଜଣ ସ୍କୁଟି ଆରୋହୀଙ୍କ ଦୁର୍ଦ୍ଧଟଣାର ଶିକାର ହୋଇଥିଲେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତୁ୍ୟ ଘଟିଛି ଓ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ମାନେ ଯୋଡ଼ା ଥାନା ବିଲେଇପଦା କାରଣ ସାହିର ନିରଞ୍ଜନ ମଲ୍ଲିକ ଓ ଦାମପୁର ଅଞ୍ଚଳର ସଚିନ ମହାକୁଡ଼ । ଏହି ଦୁଇ ଜଣଙ୍କର ଘଟଣା ସ୍ଥଳରେ ହିଁ ଶୋଚନୀୟ ଭାବରେ ମୃତୁ୍ୟ ଘଟିଛି । ଗୁରୁତର ଆହତ କଣ୍ଡରା ଅଞ୍ଚଳର ମୁନା ମହାକୁଡ଼ଙ୍କୁ ଉଦ୍ଧାର କରାଯାଇ ଚମ୍ପୁଆ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଅବସ୍ଥା ସଂକଟାପନ୍ନ ଥିବା ହେତୁ ତାକୁ କେନ୍ଦୁଝର ଜିଲ୍ଲା ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକଟି ସେଠାରୁ ଫେରାର ହୋଇଯାଇଛି । ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ଚମ୍ପୁଆ ଆଇଆଇସି ରମାକାନ୍ତ ମୁଦୁଲି ଘଟଣାସ୍ଥଳରେ ଲୋକଙ୍କୁ ବୁଝାସୁଝା କରିବା ସହ କେଶ ନଂ ୧୭୭/୨୦୨୫ରେ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟ ଦିଗରେ ମୃତୁ୍ୟ ଘଟିଥିବା ଦୁଇ ବ୍ୟକ୍ତିଙ୍କୁ ଶବ ବ୍ୟବଚ୍ଛେଦ କରି ଘର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି ।