ଦୋଷୀଙ୍କୁ ନିଶ୍ଚିତ ଧରାଯିବ: ଆଇନ୍‌ମନ୍ତ୍ରୀ

ଦୋଷୀଙ୍କୁ ନିଶ୍ଚିତ ଧରାଯିବ: ଆଇନ୍‌ମନ୍ତ୍ରୀ

ଭୁବନେଶ୍ୱର: ରସୁଲଗଡ଼ ଓଭରବ୍ରିଜ୍‌ରେ ଯୁବକଙ୍କୁ ହତ୍ୟା ଘଟଣା ନେଇ ତଦନ୍ତ କରୁଛି ପୋଲିସ । ଦୋଷୀଙ୍କୁ ନିଶ୍ଚିତ ଧରାଯିବ ବୋଲି କହିଛନ୍ତି ଆଇନ୍‌ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ ଆହୁରି ମଧ୍ୟ କହିଛନ୍ତି ଯେ, କେବଳ ଆଜିର ଘଟଣା ନୁହେଁ କିଛି ଦିନ ହେବ ଏଭଳି ଘଟଣା ବିଭିନ୍ନ ଅଞ୍ଚଳରୁ ନଜରକୁ ଆସୁଛି । ଗତ ୨୪ ବର୍ଷ ସରକାରରେ ଅପରାଧ ଘଟାଇ ଦୋଷୀ ପଳାଉଥିଲେ । ପୋଲିସ ଧରି ପାରୁନଥିଲା । କିନ୍ତୁ ଆମ ସରକାରର ନିଷ୍ପତ୍ତିରେ କୌଣସି ବି ଅପରାଧି ଖସି ଯାଇପାରିବ ନାହିଁ । ସେଇ ସମାନ ପୋଲିସ ଏବେ ଅପରାଧୀକୁ ଧରୁଛି । କିନ୍ତୁ ପୂର୍ବ ସରକାରରେ ଏହା ହେଉନଥିଲା ।

 ବୁଧବାର ସକାଳ ପ୍ରାୟ ୮ଟା ସମୟରେ କେଦାରପଲ୍ଲୀ ବସ୍ତିର ସହଦେବ ଏକ ନାଲି ରଙ୍ଗର ଜୁପିଟର ସ୍କୁଟି ଯୋଗେ ଭିଏସ୍‌ଏସ୍‌ ନଗରରୁ ରସୁଲଗଡ଼ ପଟକୁ ଆସୁଥିଲେ । ଏହି ସମୟରେ ୪ ଜଣ ଯୁବକ ଦୁଇଟି ବାଇକ୍‌ରେ ତାଙ୍କୁ ପିଛା କରିଥିଲେ । ଜାତୀୟ ରାଜପଥର ବାଣୀବିହାର ଓଭରବ୍ରିଜ ଉପରେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇଯାଇଥିଲା । ଏହି ହତ୍ୟାକାଣ୍ଡ ଘଟାଇବା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ ।