ଓଡ଼ିଆ ଭାଷାସାହିତ୍ୟକୁ ଉଜ୍ଜୀବିତ ରଖିବାରେ ଶିଶୁସାହିତ୍ୟର ଭୂମିକା ଅତୁଳନୀୟ
ଭୁବନେଶ୍ୱର : ଶିଶୁ ସାହିତ୍ୟ ସ୍ରଷ୍ଟାମାନଙ୍କ ସାରସ୍ୱତ ଅବଦାନ ଓ ସମାଜର କଳୁଷିତ ସଂସ୍କାରକୁ ଦୂର କରିବା ତଥା ଓଡିଆ ଅସ୍ମିତାକୁ ବଂଚାଇ ରଖିବା ପାଇଁ ପ୍ରାଣାନ୍ତକ ଉଦ୍ୟମ କରି ଓଡିଆ ଜନଜୀବନରେ ଯେଉଁ ନୂତନ ଆଶା ସଞ୍ଚାର କରିପାରିଛନ୍ତି ଯାହାକି ଓଡିଆ ଜାତିକୁ ଏକସୂତ୍ରରେ ବାନ୍ଧି ରଖିବାରେ ସକ୍ଷମ ହୋଇପାରିଛି ବୋଲି ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଶିଶୁ-କିଶୋର ସାହିତ୍ୟ ଏକାଡେମୀଙ୍କ ମିଳିତ ସହଯୋଗରେ ଆଜି ପୂର୍ବାହ୍ଣ ୧୦ଟାରେ ଭୁବନେଶ୍ୱରସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏକଦିବସୀୟ ଶିଶୁସାହିତ୍ୟ ଆଲୋଚନାଚକ୍ର ଓ କବିତା ପାଠୋସôବରେ ଆମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ମତପ୍ରକାଶ ପାଇଥିଲା । ଏହି ଶିଶୁସାହିତ୍ୟ କାର୍ଯ୍ୟକ୍ରମଟିକୁ ବିଶିଷ୍ଟ ଭାଷାବିତ୍ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ଉଦ୍ଘାଟକ ଭାବେ ଯୋଗଦାନ କରି ଓଡିଆ ଭାଷା, ଶିଶୁସାହିତ୍ୟ ଓ ସଂସ୍କୃତିର ଶ୍ରୀବୃଦ୍ଧି ଓ ବିକାଶସାଧନ, ଓଡିଆ ସାହିତ୍ୟରେ ଉଚ୍ଚÿ ମୂଲ୍ୟବୋଧର ପ୍ରତିଷ୍ଠା ତଥା ଶ୍ରେଷ୍ଠମାନର ପ୍ରବର୍ତ୍ତନ ଦିଗରେ ଶିଶୁସାହିତ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ନିଜର ଅଭିଭାଷଣ ପ୍ରଦାନ କରିଥିଲେ ।
ଶିଶୁ-କିଶୋର ସାହିତ୍ୟ ଏକାଡେମୀର ସଭାପତି ପ୍ରଫେସର ଦାଶ ବେନହୁରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିଶୁ-କିଶୋର ସାହିତ୍ୟ ଏକାଡେମୀର ସମ୍ପାଦକ ବୀରେନ୍ଦ୍ର ମହାନ୍ତି ସମ୍ମାନନୀୟ ଅତିଥି ଭାବେ ଯୋଗଦାନ କରି ଓଡିଆ ଭାଷା ଓ ଶିଶୁସାହିତ୍ୟର ବିକାଶ ଦିଗରେ ଏହିଭଳି ଏକ ଅଭିନବ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଶିଶୁସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ବିଶିଷ୍ଟ ଶିଶୁସାହିତି୍ୟକ ଡକ୍ଟର ମହେଶ୍ୱର ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଓଡିଆ ସାହିତ୍ୟର ସବୁଠୁ ଆଦରଣୀୟ ଶିଶୁସାହିତ୍ୟର ଭାଷା, ସାହିତ୍ୟ ଓ ସଂସ୍କୃତି ଆଦିରେ ଯେଉଁ ପରିବର୍ତ୍ତନ ଦେଖାଦେଇପାରିଅଛି ଏହାରି ଉପରେ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ପ୍ରକାଶ ଚନ୍ଦ୍ର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦାନ କରି ଓଡିଆ ଶିଶୁସାହିତ୍ୟର ସ୍ରଷ୍ଟାମାନେ ଏହି ମାଟି, ପାଣି, ପବନରେ ଜୀବନ ଅତିବାହିିତ କରି ତାଙ୍କ ଲେଖନୀର ପରାକାଷ୍ଠା ଏ ଜାତିକୁ ଏକ ନୂତନ ଦିଗ୍ଦର୍ଶନ ଦେଇପାରିଛି ବୋଲି ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା ସାହିତ୍ୟ ଏକାଡେମୀ ପ୍ରକାଶିତ କୋଣାର୍କ ପତି୍ରକା ସହିତ ସହଯୋଗୀ ଅନୁଷ୍ଠାନ ଶିଶୁ-କିଶୋର ସାହିତ୍ୟ ଏକାଡେମୀ ପକ୍ଷରୁ ବହୁ ପୁସ୍ତକ ଲୋକାର୍ପିତ ହୋଇଥିଲା । ମାନ୍ୟଗଣ୍ୟ ଅତିଥି ଏବଂ ସହଯୋଗୀ ଅନୁଷ୍ଠାନ ଦ୍ୱାରା ସ୍ଥିରୀକୃତ ଶିଶୁସାହିତି୍ୟକ ସ୍ରଷ୍ଟାଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା । ଏହି ଉଦ୍ଘାଟନୀ ଅଧିବେଶନରେ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ସହ ଶିଶୁସାହିତ୍ୟ ଆଲୋଚନାଚକ୍ରର ଓ କବିତା ପାଠୋସôବ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।