ଚେଳିତୋଳ ବାଲିଯାତ୍ରାର ଚତୁର୍ଥ ସନ୍ଧ୍ୟା
ତିର୍ତ୍ତୋଲ: ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରୁଥିବା ଚେଳିତୋଳ ବାଲିଯାତ୍ରା ମହୋସôବର ଚତୁର୍ଥ ସନ୍ଧ୍ୟା ସାଂସ୍କୃତିକ ସଭା ମହୋସôବ କମିଟି ସଭାପତି ବିଧାୟକ ଡ. ରମାକାନ୍ତ ଭୋଇଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ପୂର୍ବତନ ମନ୍ତ୍ରୀ ସୁରେଶ ଚନ୍ଦ୍ର ରାଉତରାୟ ଯୋଗଦେଇ ଓଡ଼ିଶାର ବିକାଶରେ ପ୍ରବାଦ ପୁରୁଷ ବିଜୁ ବାବୁ ଓ ଡ. ହରେକୃଷ୍ଣ ମହତାବଙ୍କୁ ମନେପକାଇ ଥିଲେ । ମୁଖ୍ୟବକ୍ତା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଯୋଗଦେଇ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଉପରେ ବକ୍ତବ୍ୟ ରଖିଥିଲେ । ବିଶିଷ୍ଟ ଅତିଥି ଶାରଳା ସାହିତ୍ୟ ସଂସଦ ପ୍ରତିଷ୍ଠାତା ସଭାପତି ଡ. ପ୍ରଭାକର ସ୍ୱାଇଁ ଯୋଗ ଦେଇ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓଡ଼ିଶା ଇତିହାସର ଜୀବନ ଗାଥା ବୋଲି କହିଥିଲେ । ସମ୍ମାନୀତଅତିଥି ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ, ବିରିଡି ବ୍ଲକ୍ ଅଧ୍ୟକ୍ଷ ମମତା ପାତ୍ର, ବିଜେଡି ଜିଲ୍ଲା ସଭାପତି ରବିନାରାୟଣ ଜେନା, ବିଜେଡି ସାଧାରଣ ସମ୍ପାଦକ ନାରାୟଣ ପ୍ରସାଦ ଜେନା, ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ରଶେଖର ଦାସ, ଦୀପ୍ତିମୟୀ ରାୟ, ସମାଜସେବୀ ସନ୍ତୋଷ ପଟ୍ଟନାୟକ, ବାବା ସଦାନନ୍ଦ, ପରିବେଶବିତ୍ ପ୍ରଦୁ୍ୟମ୍ନ ରଥ ପ୍ରମୁଖ ଯୋଗଦେଇତôଲେ । ଦେବବ୍ରତ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେସ । ବିମଳ ମହାପାତ୍ର, ତପନ ମହାନ୍ତି, ନିହାର ମହାନ୍ତିଙ୍କ ସମେତ କମିଟି ସଦସ୍ୟ ପରିଚାଳନା କରିଥିଲେ ।