ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଓଡ଼ିଶାରୁ ଚିଠି : ମହାପ୍ରସାଦ ପ୍ରସ୍ତୁତି ପାଇଁ ଗୁଆ ଘିଅ

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଓଡ଼ିଶାରୁ ଚିଠି :  ମହାପ୍ରସାଦ ପ୍ରସ୍ତୁତି ପାଇଁ ଗୁଆ ଘିଅ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି । ତେବେ କୌଣସି ରାଜନେତା ମୋଦୀଙ୍କୁ ଚିଠି ଲେଖି ନାହାନ୍ତି କି କୌଣସି ରାଜନୈତିକ ପ୍ରସଙ୍ଗରେ ଏହି ଚିଠି ପଠାଯାଇନାହିଁ । ପୁରୀ ଶ୍ରୀମନ୍ଦିର ପ୍ରସଙ୍ଗରେ ଏହି ଚିଠି ଲେଖାଯାଇଛି । ଆଉ ସୁଆରେ ମହାସୁଆର ନିଯୋଗ ସମିତି ପକ୍ଷରୁ ଏହି ଚିଠି ଲେଖାଯାଇଛି । ଶ୍ରୀମନ୍ଦିରରେ ଗୁଆ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ମୋଦୀଙ୍କୁ ସମିତି ଚିଠି ଲେଖିଛି । 
ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି ଯେ ଶ୍ରୀମନ୍ଦିରରେ ହେଉଥିବା ମହାପ୍ରସାଦ ଓମଫେଡ ପରିବର୍ତ୍ତେ ଶୁଦ୍ଧ ଗୁଆ ଘିଅରେ ପ୍ରସ୍ତୁତି ହେଉ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅମୃତମୋହଣୀ ଜମିରେ ଗାଈ ଫାର୍ମ କରାଯାଉ । ମହାପ୍ରଭୁଙ୍କ ଗଚ୍ଛିତ ଅର୍ଥରେ ଗୋ-ଶାଳା ଓ ଡାଏରୀ ଫାର୍ମ କରାଯିବାକୁ ଏହି ଚିଠି ଲେଖାଯାଇଛି ।