ଶସ୍ତା ଆପ୍ପକୁ ପ୍ରମୋଟ କରୁଥିଲେ ସମାଧାନ
ଦିନକୁ ଦିନ ଠକାମିର ଶିକାର ହେଉଥିବା ୟୁଜର୍ସଙ୍କ ସଂଖ୍ୟା ମଧ୍ୟ ସେତେ ବଢୁଛି । ବର୍ତ୍ତମାନ ସୋସିଆଲ ମିଡିଆରେ ନୂଆ ନୂଆ ଆପ୍ସ ଦେଖିବାକୁ ମିଳୁଛି କିନ୍ତୁ ସବୁଗୁଡିକୁ ବ୍ୟବହାର କରିବା ଉଚିତ୍ ନୁହେଁ । ସବୁ ଆପ୍ସ ଗୁଡିକ ଯେ ସେଫ୍ ଏହା ମଧ୍ୟ ଭାବିବା ଭୁଲ୍ । ଏମିତି କିଛି ଆପ୍ସକୁ ପ୍ରୋମୋଟ୍ କରିବାକୁ ଆଗେଇ ଆସୁଛନ୍ତି କିଛି ୟୁଟ୍ୟୁବର ଓ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର । ଯଦି କିଛି ଶସ୍ତା ଆପ୍ସକୁ ପ୍ରୋମୋଟ କରୁଛନ୍ତି ସାବଧାନ । କାରଣ,ଏହି ଅଭିଯୋଗରେ ହାଇଦ୍ରାବାଦ ପୋଲିସ ଗତ କାଲି ୧୧ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ।
ସୂଚନା ଅନୁସାରେ,ପଞ୍ଜାଗୁଟ୍ଟା ପୋଲିସ ଷ୍ଟେସନରେ ଭାରତୀୟ ନ୍ୟାୟ ସଂହିତା (BNS), ଗେମିଂ ଆଇନ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ପ୍ରାସଙ୍ଗିକ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶସ୍ତା ଆପ୍ସକୁ ପ୍ରୋମୋଟ କରିବା ଯୋଗୁଁ ୧୧ ଜଣ ୟୁଟ୍ୟୁବର୍ ଏବଂ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ପୋଲିସର କହିବା ଅନୁସାରେ ସେମାନଙ୍କ ବିରୋଧରେ ଅଭିଯୋଗ ହେବାପରେ ମାମଲା ରୁଜୁ କରାଯାଥିଲା । ପରେ ସେମାନଙ୍କୁ ଡାକି ପଚରାଉଚରା କରିବା ସହ ବର୍ତ୍ତମାନ ସୁଦ୍ଧା ତଦନ୍ତ ଜାରି ରହିଛି ।