ପୁଣି ଆସୁଛନ୍ତି ମୋଦି-ଶାହା

ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା। ୨୮ ତାରିଖରେ ଶାହା ଆସୁଥିବାବେଳେ ୨୯ରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମଙ୍ଗଳବାର ଶାହା ୩ଟି ସଭା କରିବେ। ଦିନ ୧୦ଟାରେ ଚାନ୍ଦବାଲିରେ ପ୍ରଥମ ସଭା କରିବା ପରେ ସେ କୋରେଇ ଓ ନିମାପଡାରେ ସମ୍ବୋଧନ କରିବେ।
ପ୍ରଧାନମନ୍ତ୍ରୀ ମୋଦି ବୁଧବାର ୩ଟି ସଭା କରିବେ ବୋଲି ରାଜ୍ୟ ଭାଜପା ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
୨୯ ତାରିଖ ଦିନ ୧୨ଟାରେ ବାରିପଦା ଛଉ ପଡ଼ିଆରେ ପ୍ରଥମ ସଭା କରିବା ପରେ ସାଢ଼େ ୧ରେ ବାଲେଶ୍ବରରେ, ୩ଟା ୩୦ରେ କେନ୍ଦ୍ରାପଡ଼ାରେ ସଭା କରିବେ।