ସ୍ବାମୀତ୍ବ ଯୋଜନାରେ ୬୫ ଲକ୍ଷ ସମ୍ପତ୍ତି କାର୍ଡ ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

ସ୍ବାମୀତ୍ବ ଯୋଜନାରେ ୬୫ ଲକ୍ଷ ସମ୍ପତ୍ତି କାର୍ଡ ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

 ଭିଡ଼ିଓ କନଫରେନ୍ସିଂ ଜରିଆରେ ସ୍ବାମୀତ୍ବ ଯୋଜନାରେ ଦେଶର ୫୦ ହଜାରରୁ ଅଧିକ ଗାଁରେ ୬୫ ଲକ୍ଷ ସମ୍ପତ୍ତି କାର୍ଡ ବଣ୍ଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଡ ମାଧ୍ୟମରେ ଗାଁ ଗାଁରେ ଜମିବାଡ଼ିକୁ ନେଇ ଲାଗି ରହୁଥିବା ଅସୁବିଧା ଦୂର ହୋଇପାରିବ । ଭାରତର ଗ୍ରାମଗୁଡିକରେ ଲକ୍ଷ ଲକ୍ଷ କୋଟି ମୂଲ୍ୟର ସମ୍ପତ୍ତି ଥିବା ସତ୍ତ୍ୱେ ଘରର ଆଇନଗତ ଦଲିଲ ନଥିବା ଯୋଗୁ ସମ୍ପତ୍ତି ମାଲିକ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାଦ୍ବାରା ଅନେକ ସ୍ଥାନରେ ଶକ୍ତିଶାଳୀ ଲୋକମାନେ ଗରିବ ଲୋକଙ୍କ ସମ୍ପତ୍ତି ଉପରେ ଅଧିକାର ସାବ୍ୟସ୍ତ କରୁଥିଲେ । ଗ୍ରାମୀଣ ଗରିବଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୨୦୨୦ରେ ଦେଶରେ ଆରମ୍ଭ ‌ହୋଇଥିଲା ସ୍ବାମିତ୍ବ ‌ଯୋଜନା । ୨୦୨୨ ଡିସେମ୍ବର ସୁଦ୍ଧା ଏହି ଯୋଜନାରେ ଦେଶର ୩୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ହିତାଧିକାରୀ ମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । 

ଏହି ଅବସରରେ ଓଡ଼ିଶାର ରାୟଗଡାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇଛନ୍ତି । ଭିଡିଓ କନଫରେସିଂ ଜରିଆରେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ହିତାଧିକାରୀଙ୍କ ସହ କଥା ହୋଇଛନ୍ତି । ଗ୍ରାମାଞ୍ଚଳରେ ଡ୍ରୋନ ଜରିଆରେ ସର୍ଭେ କରାଯାଇ ସାରାଦେଶର ୬୫ଲକ୍ଷ ପାରିବାରକୁ ସେମାନଙ୍କ ଘରଡ଼ିହ ପଟ୍ଟା ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ, ରାୟଗଡା ବିଧାୟକ, ବିଷମକଟକ ବିଧାୟକ, ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ଥିବା ରାୟଗଡା ବ୍ଲକର ୨୧୨ଜଣ ଓ କୋଳନରା ବ୍ଲକର ୩୦ଜଣ ମୋଟ ୨୪୨ଜଣ ହିତାଧିକାରୀଙ୍କୁ ସମ୍ପତ୍ତି ମାଲିକନା ଜମି ପଟ୍ଟା ବଣ୍ଟନ ହୋଇଛି ।