ପୁଣି ପାକିସ୍ତାନକୁ ମୋଦିଙ୍କ ଧମକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମଧ୍ୟପ୍ରଦେଶର ଭୋପାଳରେ ଦେବୀ ଅହଲ୍ୟାବାଈ ମହିଳା ସଶକ୍ତିକରଣ ମହାସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ଏବଂ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏକ ଜନସଭାକୁ ସମ୍ବୋଧିତ କରି ପାକିସ୍ତାନକୁ ଟାର୍ଗେଟ୍ କରିଥିଲେ। ଅପରେଶନ ସିନ୍ଦୂର ହେଉଛି ଆତଙ୍କବାଦ ବିରୋଧରେ ସବୁଠାରୁ ବଡ଼ ଅପରେଶନ। ଆମର ସେନା ଶହ ଶହ କିଲୋମିଟର ଭିତରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିଛି। ମୋଦି କହିଛନ୍ତି, ପହଲଗାମରେ ଆତଙ୍କବାଦୀମାନେ କେବଳ ଭାରତୀୟଙ୍କ ରକ୍ତ ବୁହାଇ ନାହାଁନ୍ତି, ସେମାନେ ଆମ ସଂସ୍କୃତି ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଛନ୍ତି। ସେମାନେ ଆମ ସମାଜକୁ ବିଭାଜିତ କରିବାକୁ ଚେଷ୍ଟା କରିଛନ୍ତି। ଆତଙ୍କବାଦୀମାନେ ଭାରତର ନାରୀ ଶକ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି। ଏହି ଚ୍ୟାଲେଞ୍ଜ ଆତଙ୍କବାଦୀ ଏବଂ ସେମାନଙ୍କ ମାଲିକମାନଙ୍କ ପାଇଁ ମୃତ୍ୟୁଘଣ୍ଟି ପାଲଟିଛି। ଅପରେଶନ ସିନ୍ଦୂର ହେଉଛି ଆତଙ୍କବାଦୀଙ୍କ ବିରୋଧରେ ଭାରତର ଇତିହାସର ସବୁଠାରୁ ବଡ଼ ଏବଂ ସଫଳ ଅପରେଶନ। ପାକିସ୍ତାନୀ ସେନା ଏହା ଭାବି ମଧ୍ୟ ନ ଥିଲେ, ଆମର ସେନା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିଦେଇଛି। ଆଗକୁ ମଧ୍ୟ ଏମିତି କଲେ ଆମେ ଘରେ ପା ମାରିବୁ। ଗୁଳିର ଜବାବ ଗୁଳିରେ ଦେବୁ। ସିନ୍ଦୂର ହେଉଛି ଆମର ପରମ୍ପରାର ପ୍ରତୀକ, ଏବେ ଏହା ଭାରତର ସାହସିକତାର ପ୍ରତୀକ। ଅପରେଶନ ସିନ୍ଦୂର ହେଉଛି ମହିଳା ଶକ୍ତିର ଶକ୍ତିର ପ୍ରତୀକ।
ସେ ଆହୁରି କହିଛନ୍ତି, ଅପରେଶନ ସିନ୍ଦୂର ଆମର ମହିଳା ଶକ୍ତିର ପ୍ରତୀକ ପାଲଟିଛି। ଆମେ ସମସ୍ତେ ଜାଣୁ ଯେ ଏହି ଅପରେଶନରେ ବିଏସଏଫର ଏକ ବହୁତ ବଡ଼ ଭୂମିକା ରହିଛି। ବିଏସଏଫ ଝିଅମାନେ କଶ୍ମୀରରୁ ଗୁଜରାଟ ପର୍ଯ୍ୟନ୍ତ ଦାୟିତ୍ୱ ନେଉଥିଲେ। ସେମାନେ ସୀମା ପାରରୁ ଗୁଳିଚାଳନା ଉପରେ ଜବାବ ଦେଇଛନ୍ତି। ବିଏସଏଫର ସାହସୀ ଝିଅମାନେ ଆଶ୍ଚର୍ଯ୍ୟଜନକ ସାହସ ଦେଖାଇଛନ୍ତି। ଝିଅମାନଙ୍କର ସାହସକୁ ସାରା ବିଶ୍ୱ ଦେଖୁଛି।