ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
 
                                ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜି୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲି ଗସ୍ତରେ ବାହାରିଛନ୍ତି। ଇଟାଲୀର ଅପୁଲିଆ ଅଞ୍ଚଳରେ ଥିବା ବୋର୍ଗୋ ଏଗ୍ନାଜିଆ ରିସର୍ଟରେ ୫୦ତମ ଜି୭ ସମିଟ୍ ଅନୁଷ୍ଠିତ ହେବ। ଏହା ଜୁନ୍ ୧୫ ପର୍ୟ୍ୟନ୍ତ ଚାଲିବ।
ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମୋଲୋନିଙ୍କ ନିମନ୍ତ୍ରଣକ୍ରମେ ଉକ୍ତ ସମ୍ମିଳନୀରେ ଯୋଗଦେବା ପାଇଁ ମୋଦି ଆଜି ଇଟାଲୀ ଗସ୍ତ କରିବେ ବୋଲି ବୈଦେଶିକ ସଚିବ ବିନୟ ମୋହନ୍ କ୍ୱାତ୍ରା ସୂଚନା ଦେଇଛନ୍ତି। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେଉଛି ମୋଦିଙ୍କର ପ୍ରଥମ ବୈଦେଶିକ ଗସ୍ତ।
ଏହି ଶିଖର ସମ୍ମିଳନୀରେ ମୁଖ୍ୟତ ବିଶ୍ୱ ଭୂ-ରାଜନୈତିକ ଅଶାନ୍ତିର ମୁକାବିଲା ଉପରେ ଧ୍ୟାନ ରହିବ।ମୋଦି ଏହି ସମ୍ମିଳନୀରେ ଯୋଗ ଦେବା ସହ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମୋଲୋନିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ବୋଲି ଆଶା କରାଯାଉଛି। ଏହି ବୈଠକରେ ଦୁଇ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ସମ୍ପର୍କର ସମଗ୍ର ସମୀକ୍ଷା କରିବେ ଏବଂ ପରବର୍ତ୍ତୀ ପଦକ୍ଷେପ ପାଇଁ ନିର୍ଦ୍ଦେଶ ପ୍ରଦାନ କରିବେ ବୋଲି ଆଶା କରାଯାଉଛି।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
