ମୋଦିଙ୍କ ନେତୃତ୍ୱରେ ନୂଆ ଭାରତ ଆଗକୁ ବଢ଼ିବ : ମୋହନ

ମୋଦିଙ୍କ ନେତୃତ୍ୱରେ ନୂଆ ଭାରତ ଆଗକୁ ବଢ଼ିବ : ମୋହନ

 ଭୁବନେଶ୍ୱର: ସେବା ପକ୍ଷର ଏଇ ଅମୃତ ବେଳାରେ, ଆଜିର ଏହି ଦିନଟି ଗୋଟିଏ ମହୋସôବର ଦିନ  । କାରଣ, ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ ସହିତ ଉପସ୍ଥିତ ଅଛନ୍ତି  । ଝାରସୁଗୁଡ଼ାରେ ଆପଣଙ୍କର ଏହି କାର୍ଯ୍ୟକ୍ରମ ବିଧିର ବିଧାନ  । କାରଣ, ଝାରସୁଗୁଡ଼ାର ଏହି ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ ଠିକ୍ ଆଠ ବର୍ଷ ପୂର୍ବେ ଆପଣଙ୍କର କରକମଳରେ ଲୋକାର୍ପିତ ହୋଇଥିଲା  । ଆଜିର ଏହି ସମାବେଶ, ଯୁବବର୍ଗଙ୍କ ପାଇଁ ସମର୍ପିତ  । ବିଶେଷ କରି ୨୦୧୪ ପରେ, ଦେଶର ଯୁବବର୍ଗଙ୍କ ପାଇଁ ଆପଣ ଯଥାର୍ଥ ଭାବେ ସବୁଠାରୁ ବଡ଼ ‘ଆଇକନ୍’ । ଦେଶର ଯୁବବର୍ଗଙ୍କ ପାଇଁ ଆପଣ ପ୍ରେରଣାର ସ୍ରୋତ  । ଦେଶର ବିକାଶ ପାଇଁ ଆପଣ ଯେଉଁ ଚାରି ବର୍ଗଙ୍କ ଉପରେ ଗୁରୁତ୍ୱ ଦେଇଛନ୍ତି, ସେଥିରେ ଯୁବବର୍ଗଙ୍କ ପାଇଁ ଏକ ବିଶେଷ ସ୍ଥାନ ରହିଛି  ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଆପଣଙ୍କର ଭକ୍ତି ଏବଂ ଓଡ଼ିଶାବାସୀଙ୍କ ପ୍ରତି ଆପଣଙ୍କର ଶ୍ରଦ୍ଧା ବିଷୟରେ ଆମେ ସମସ୍ତେ ଜାଣୁ । ଆମ ସରକାର ଆସିବା ପରେ, ଆପଣ ସାତ ଥର ଓଡ଼ିଶା ଗସ୍ତ କରିଛନ୍ତି । ଗତବର୍ଷ, ଆପଣଙ୍କ ଜନ୍ମଦିନରେ ଆପଣ ଓଡ଼ିଶା ଆସିଥିଲେ ଏବଂ ‘ସୁଭଦ୍ରା ଯୋଜନା’ର ଶୁଭାରମ୍ଭ କରିଥିଲେ  । ଗତବର୍ଷ, ଜଣେ ଆଦିବାସୀ ମା’ଙ୍କ ହାତରୁ କ୍ଷିରି ଖାଇ, ଆପଣ ଆପଣଙ୍କର ଜନ୍ମଦିନ ପାଳନ କରିଥିଲେ । ଓଡ଼ିଶାବାସୀଙ୍କ ପ୍ରତି ଆପଣଙ୍କର ଏହି ଭଲପାଇବା, ଆମ ସମସ୍ତଙ୍କୁ ଅଭିଭୂତ କରିଛି । ଗତବର୍ଷ ଆପଣ ଯେଉଁ ‘ଏକ ପେଡ୍ ମା’ କେ ନାମ୍’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, ତାହା ଆଜି ଏକ ଜନ ଆନେ୍ଦାଳନରେ ପରିଣତ ହୋଇଛି  । ଚଳିତ ବର୍ଷ ଆପଣଙ୍କ ଜନ୍ମଦିନରେ, “ଏକ ପେଡ୍ ମା’ କେ ନାମ୍ ୨.୦” ଅଭିଯାନରେ, ଆମେ ୭୫ ଲକ୍ଷ ବୃକ୍ଷରୋପଣ ପାଇଁ ସଙ୍କଳ୍ପ ନେଇଥିଲୁ । କିନ୍ତୁ ଓଡ଼ିଶାବାସୀ ସେହି ଦିନ, ଦୁଇଗୁଣା ଅର୍ଥାତ ଦେଢ଼ କୋଟି ଗଛ ଲଗାଇଦେଲେ । ଓଡ଼ିଶାବାସୀ ଆପଣଙ୍କୁ ବହୁତ୍ ଶ୍ରଦ୍ଧା ଓ ସମ୍ମାନ କରନ୍ତି ବୋଲି ଆମେ ଜାଣିଥିଲୁ, କିନ୍ତୁ ଏତେ ଅଧିକ ସମ୍ମାନ କରନ୍ତି ବୋଲି ସେହି ଦିନ ହିଁ ସ୍ପଷ୍ଟ ହେଲା ।  
ଓଡ଼ିଶାର ବିକାଶ ପାଇଁ ଆପଣଙ୍କର ଫୋକସ୍ ରହିଛି  । ଆପଣଙ୍କର ‘ପୂର୍ବୋଦୟ’ ପରିକଳ୍ପନାର କେନ୍ଦ୍ରରେ ଓଡ଼ିଶା ରହିଛି  । ଆପଣଙ୍କର ମାର୍ଗଦର୍ଶନରେ  ଓଡ଼ିଶା ଆଜି ଦ୍ରୁତ ଗତିରେ ବିକାଶ ପଥରେ ଅଗ୍ରସର ହେଉଛି । ଆପଣ ଯେତେବେଳେ ଓଡ଼ିଶା ଆସନ୍ତି, ରାଜ୍ୟବାସୀଙ୍କ ପାଇଁ ଅନେକ ଉପହାର ନେଇଆସନ୍ତି । ଦୁର୍ଗା ପୂଜା ଓଡ଼ିଶାର ସବୁଠାରୁ ବଡ଼ ପର୍ବ  । ଏହି ଶୁଭ ଅବସରରେ, ଆପଣ ରାଜ୍ୟର ଉନ୍ନତି ପାଇଁ ଏବଂ ବିଶେଷ ଭାବେ ଲୋକମାନଙ୍କ ପାଇଁ, ଡବଲ ବୋନାଞ୍ଜା ଆଣିଛନ୍ତି  ।
ଆଜି ମଧ୍ୟ, ଆପଣଙ୍କର କରକମଳରେ ଅନେକ ପ୍ରକଳ୍ପର ଶୁଭାରମ୍ଭ ହେବାକୁ ଯାଉଛି  । ବ୍ରହ୍ମପୁରରୁ ସୁରଟ ପର୍ଯ୍ୟନ୍ତ ନୂଆ ଅମୃତ ଭାରତ ଟ୍ରେନ୍, ବିଶ୍ୱସ୍ତରୀୟ ଦକ୍ଷତା ବିକାଶ ପ୍ରକଳ୍ପ, ନୂଆ ସେମିକଣ୍ଡକ୍ଟର ପାର୍କ, ବ୍ରହ୍ମପୁର ଏମକେସିଜି ଏବଂ ବୁର୍ଲା ଭୀମସାର ହସ୍ପିଟାଲ୍କୁ ବିଶ୍ୱସ୍ତରୀୟ ସୁପର ସ୍ପେସିଆଲିଟି ହସ୍ପିଟାଲ ଭାବେ ବିକଶିତ କରିବା, ଗଞ୍ଜାମ ଜିଲ୍ଲାରେ ନୂଆ ବନ୍ଦର ଭିତ୍ତିକ ଏସଇଜେଡ଼ ପ୍ରତିଷ୍ଠା କରିବା, ଏବଂ ସବୁଠାରୁ ବଡ଼ କଥା, ଆମର ଗରିବ ଭାଇମାନଙ୍କ ପାଇଁ ୫୦ ହଜାର ଅନ୍ତ୍ୟୋଦୟ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ମଧ୍ୟ ପ୍ରଦାନ କରାଯିବ ।  
ଦ୍ୱିତୀୟ ବୋନାଞ୍ଜା ହେଉଛି – ନେକ୍ସଟ ଜେନେରେସନ ଜିଏସଟି ରିଫର୍ମସ  । ଭାରତର ଅନ୍ୟାନ୍ୟ ରାଜ୍ୟରେ, ଲୋକମାନେ ସାଧାରଣତଃ ଦୀପାବଳୀ ସମୟରେ କିଣାକିଣି କରଥାନ୍ତି । କିନ୍ତୁ, ଓଡିଶାରେ ଏହି କିଣାକିଣି ଦୁର୍ଗାପୂଜାର ଅବସରରେ ହୁଏ । ବର୍ତ୍ତମାନ ଓଡିଶାର ଲୋକମାନେ ‘ଜିଏସଟି ବଚତ୍ ଉସôବ’ରେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛନ୍ତି  । ୩ ଦିନ ପୂର୍ବରୁ ସମାପ୍ତ ହୋଇଥିବା ଓଡିଶା ବିଧାନସଭାର ବର୍ଷାକାଳୀନ ଅଧିବେଶନରେ, ଧନ୍ୟବାଦ ପ୍ରସ୍ତାବ ପାରିତ କରାଯାଇଛି । 
 ଚଳିତ ବର୍ଷ ଜାନୁଆରୀରେ, ଆପଣ ଉକôର୍ଷ ଓଡିଶା-ମେକ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ, ଉଦ୍ୟୋଗପତିମାନଙ୍କୁ ଓଡିଶାରେ ନିବେଶ କରିବା ପାଇଁ ଆହ୍ୱାନ ଦେଇ କହିଥିଲେ – “ୟହି ସମୟ ହୈ, ସହି ସମୟ ହୈ”  । ଏହି ସାଢେ ସାତ ମାସରେ, ୨ ଲକ୍ଷ କୋଟିରୁ ଅଧିକ ନିବେଶ ସହିତ, ଓଡିଶାରେ ୮୪ ଶିଳ୍ପ ପ୍ରକଳ୍ପ ପାଇଁ ଶିଳାନ୍ୟାସ ହୋଇଛି  । ଏହାଦ୍ୱାରା ୧ ଲକ୍ଷ ୬୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି  । 
ବାଲାକୋଟ ଏୟାର୍ ଷ୍ଟ୍ରାଇକ୍ ପରେ, ୨୬ ଫେବୃଆରୀ ୨୦୧୯ରେ, ଆପଣ ରାଜସ୍ଥାନର ଚୁରୁ ଠାରେ ଏକ ଭାବପୂର୍ଣ୍ଣ କବିତା ପାଠ କରିଥିଲେ, ଯାହା ଆଜିର ଯୁବପିଢିଙ୍କୁ କେବଳ ଶୁଣିବା ପାଇଁ ନୁହେଁ, ମନରେ ବସାଇବା ମଧ୍ୟ ଆବଶ୍ୟକ । ଆପଣ କହିଥିଲେ – ସୌଗନ୍ଧ ହୈ ମୁଝେ ଇସ୍ ମିଟ୍ଟି କି, ମେଁ ଦେଶ ନହିଁ ମିଟ୍ନେ ଦୁଙ୍ଗା । ସୌଗନ୍ଧ ହୈ ମୁଝେ ଇସ୍ ମିଟ୍ଟି କି, ମେଁ ଦେଶ ନେହିଁ ରୁକନେ ଦୁଙ୍ଗା । ସୌଗନ୍ଧ ହୈ ମୁଝେ ଇସ୍ ମିଟ୍ଟି କି, ମେଁ ଦେଶ ନେହିଁ ଝୁକନେ ଦୁଙ୍ଗା । ସମଗ୍ର ଦେଶବାସୀ ଜାଣିଛନ୍ତିଯେ, ଆପଣଙ୍କ ନେତୃତ୍ୱରେ – ଭାରତ ନା ଅଟକିବ, ନା ନଇଁବ, ନୂଆ ଭାରତ କେବଳ ଆଗକୁ ହିଁ ବଢିବ । ଶେଷରେ, ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ର ଭାବେ ଗଢି ତୋଳିବା ପାଇଁ, ଆପଣଙ୍କ ସଂକଳ୍ପକୁ ସାକାର କରିବା ପାଇଁ, ଆମେ ସମସ୍ତେ ନିଜ ନିଜର ଯୋଗଦାନ ଦେବୁ । ସମଗ୍ର ଯୁବ ସମାଜ, ଏକତ୍ରିତ ଭାବେ ଏକମନରେ, ଆପଣଙ୍କ ସହିତ ଦୃଢ଼ଭାବରେ ଛିଡା ହୋଇରହିଛନ୍ତି ।