ନ୍ୟୁଜ୍ ଶ୍ରୀମନ୍ଦିର ମେଘନାଦ ପାଚେରୀରେ ପୁଣି ବସିଲା ମଗରମୁଖ:ଶ୍ରୀମନ୍ଦିର ପ୍ରଶାସନ

ଶ୍ରୀମନ୍ଦିର ମେଘନାଦ ପାଚେରୀରେ ତଡ଼ା ଯାଇଥିବା ମଗରମୁଖ ପୁଣି ବସିଲା । ଡ୍ରେନ୍ ମରାମତି ପାଇଁ ମେଘନାଦ ପାଚେରୀର ଦକ୍ଷିଣ ପାର୍ଶ୍ବରେ ପାଣି ନିଷ୍କାସନ ଲାଗି ଥିବା ମଗର ମୁଖକୁ ତଡ଼ାଯାଇଥିଲା । ଏହାକୁ ନେଇ ସେବାୟତ ଓ ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ପ୍ରକାଶ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସଆଇ ସହାୟତାରେ ଏହି ମଗର ମୁଖକୁ ପୁନଃସ୍ଥାପିତ କରାଯାଇଛି । ଏପର୍ଯ୍ୟନ୍ତ ମେଘନାଦ ପାଚେରୀର ପୂର୍ବ ଓ ପଶ୍ଚିମ ପାର୍ଶ୍ବ କାନ୍ଥରେ ଡ୍ରେନ୍ ପାଣି ଝରୁଛି । ଏହାକୁ ମରାମତି କରାଯାଇ ନାହିଁ । ଅନବରତ ନର୍ଦ୍ଦମା ପାଣି ଝରୁଥିବାରୁ ଶିଉଳି ଲାଗିଗଲାଣି । ଏହା ମେଘନାଦ ପାଚେରୀର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମେଘନାଦ ପାଚେରୀ ପାର୍ଶ୍ବ ଦେଇ ଶ୍ରୀମନ୍ଦିରର ଡ୍ରେନ୍ ରହିଛି । ଏପର୍ଯ୍ୟନ୍ତ ମେଘନାଦ ପାଚେରୀର ପୂର୍ବ ଓ ପଶ୍ଚିମ ପାର୍ଶ୍ବ କାନ୍ଥରେ ଡ୍ରେନ୍ ପାଣି ଝରୁଛି । ଏହାକୁ ମରାମତି କରାଯାଇ ନାହିଁ । ଅନବରତ ନର୍ଦ୍ଦମା ପାଣି ଝରୁଥିବାରୁ ଶିଉଳି ଲାଗିଗଲାଣି । ଏହା ମେଘନାଦ ପାଚେରୀର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମେଘନାଦ ପାଚେରୀ ପାର୍ଶ୍ବ ଦେଇ ଶ୍ରୀମନ୍ଦିରର ଡ୍ରେନ୍ ରହିଛି । ଏପର୍ଯ୍ୟନ୍ତ ଏଏସ୍ଆଇ ମେଘନାଦ