ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ଼ ପାଇଁ ମତାମତ ସଂଗ୍ରହ
ଫୁଲବାଣୀ: ବିଜୁ ଛାତ୍ର ଜନତା ଦଳ ର ଜିଲ୍ଲା ସଭାପତି ସୁନୀଲ ସେଠୀଙ୍କ ନେତୃତ୍ୱରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ନବୀନ ଓଡ଼ିଶା ମ୍ୟାଜିକ କାର୍ଡ଼ ଓ ନିର୍ବାଚନ ଇସ୍ତାହାର ପାଇଁ ମତାମତ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ଉପ-ସଭାପତି ତଥା କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ସ୍ୱାଗତିକା ମହାନ୍ତି ଏବଂ ସଂନ୍ମାନିତ ଏତିଥି ଭାବେ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ବିଷ୍ଣୁ ଚରଣ ମଲ୍ଲିକ, ଶତ୍ରୁଘନ ମହାନନ୍ଦିଆ, ପୁନମ କହଁର, ପାର୍ଥ ସାରଥୀ ବିଶ୍ୱାଳ, ପ୍ରବୀଣ ବେହେରା, ବିଷ୍ଣୁ ବେହେରା, ଜୟ ବେହେରା ଯୋଗ ଦେଇଥିଲେ ।